ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକ ସରକାରଙ୍କ ବରିଷ୍ଠ ମହିଳା ଅଧିକାରୀ କେ. ଏସ୍. ପ୍ରତିମାଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ରାଜ୍ୟ ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଅନୁମାନ କରାଯାଉଛି। ରିପୋର୍ଟ ଅନୁସାରେ, ଗିରଫ ହୋଇଥିବା ଡ୍ରାଇଭର କିରଣ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ଭାବେ ଗତ ପାଞ୍ଚ ବର୍ଷ ହେବ କାମ କରି ଆସୁଥିଲେ। କିନ୍ତୁ ମୃତ ମହିଳା ଅଫିସର କିଛି ଦିନ ହେବ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ। ଏହି କାରଣରୁ ଡ୍ରାଇଭର ଜଣକ ତାଙ୍କୁ ହତ୍ୟା କରିଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ମୃତ ମହିଳା ହେଉଛନ୍ତି ଭୂତତ୍ତ୍ୱ ବିଜ୍ଞାନୀ ପ୍ରତିମା କେଏସ। ସେ କର୍ଣ୍ଣାଟକ ଖଣି ଏବଂ ଭୂବିଜ୍ଞାନ ବିଭାଗରେ କାର୍ଯ୍ୟ କରୁଥିଲେ। ଗତକାଲି ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ତାଙ୍କ ମୃତଦହେ ଉଦ୍ଧାର ହୋଇଥିଲା। କେହି ଦୁର୍ବୃତ୍ତ ଘରେ ପଶି ଗଳା କାଟି ପ୍ରତିମାଙ୍କ ହତ୍ୟା କରିଥିଲେ। ପ୍ରତିମାଙ୍କ ହତ୍ୟା ସମୟରେ ସ୍ୱାମୀ ଏବଂ ପୁଅ ଘରେ ନଥିଲେ।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……