ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଏଭଳି ସ୍ଥିତିରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ବିଏସଏଫ ଯବାନ ଧରିଥିବା ହାତବୋମା ଫାଟିଯିବାରୁ ଯବାନ ସହିଦ ହୋଇଛନ୍ତି। ଯବାନ ଜଣଙ୍କ ହେଲେ ହିମାଞ୍ଚଳ ପ୍ରଦେଶ ଅଞ୍ଚଳର କନେଷ୍ଟବଳ ବଲବିର ସିଂ। ସୂଚନା ଅନୁଯାୟୀ, ଆସନ୍ତା ୭ ତାରିଖରେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପାଇଁ ରାଜ୍ୟବାହାରୁ ବିଭିନ୍ନ ଅଞ୍ଚଳରୁ ଯବାନମାନଙ୍କୁ ଆଣି ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି। ଏଥିପାଇଁ ଦାନ୍ତେୱାଡା ଠାରେ ବିଏସଏଫ୍ ସି-୭୦ ଚାର୍ଲି ବାଟାଲିଆନକୁ ନିୟୋଜିତ କରାଯାଇଥିଲା। ଏଥିରେ ଯବାନ ବଲବିର ସିଂ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ। ସୁରକ୍ଷା ଦାୟିତ୍ବରେ ନିୟୋଜିତ ପାଇଁ ଏହି ବାଟାଲିଆନକୁ ଆଜି ପଠାଯାଉଥିଲା। ସେହି ସମୟରେ ବଲବିର ନିକଟରେ ଥିବା ବୋମାଟି ଅଚାନକ ଫାଟିଯାଇଥିଲା। ଯାହାଫଳରେ ବଲବିର ଗୁରୁତର ହୋଇପଡିଥିବା ବେଳେ ସହଯୋଗୀମାନେ ତାଙ୍କୁ ମେଡିକାଲ ନେଇଥିଲେ, ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣାର ଯାଞ୍ଚ ହେଉଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।






More Stories
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..