Report Card Odisha

| Daily Odia News

ରାଜନୈତିକ ଦଳଙ୍କୁ ପାଣ୍ଠି ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତାକାଲି ଅର୍ଥାତ ବୁଧବାର ୫ ଟା ସୁଦ୍ଧା ରାଜନୈତିକ ଦଳ ଆର୍ଥିକ ଅନୁଦାନର ସମ୍ପୂର୍ଣ୍ଣ ବିବରଣୀ ରଖିବାକୁ ନିର୍ଦ୍ଦେଶ ହୋଇଛି | ଇଲେକ୍ଟୋରାଲ୍ ବଣ୍ଡ ବା ନିର୍ବାଚନ ବଣ୍ଡ ମାଧ୍ୟମରେ ପାଇଥିବା ଆର୍ଥିକ ଅନୁଦାନର ସମସ୍ତ ବିବରଣୀ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଇଲେକ୍ସନ କମିଶନ ରାଜନୈତିକ ଦଳମାନଙ୍କୁ ଆଉ ଥରେ ଏନେଇ ଅବଗତ କରାଇଛନ୍ତି। ନଭେମ୍ବର ୧୫ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ବିବରଣୀ ନିର୍ବାଚନ ଆୟୋଗରେ ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଥିକ ଅନୁଦାନ ଦେଇଥିବା ଡୋନରଙ୍କ ନାମ ସମେତ ଅର୍ଥ ପରିମାଣ ଏବଂ ପ୍ରତ୍ୟେକ ବଣ୍ଡର ବ୍ୟାଙ୍କ ବିବରଣୀକୁ ଡବଲ୍ ସିଲ୍ କଭର କରି ଦାଖଲ କରିବାକୁ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ସୂଚନା ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେଇଛନ୍ତି ଇଲେକ୍ସନ୍ କମିଶନ। ନଭେମ୍ବର ୨ରେ ସୁପ୍ରିମକୋର୍ଟ, ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ସମସ୍ତ ରାଜନୈତିକ ଦଳ ନିର୍ବାଚନ ବଣ୍ଡ ମାଧ୍ୟମରେ ପାଉଥିବା ଆର୍ଥିକ ଅନୁଦାନର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ କହିଥିଲେ।

Breaking News