ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ପ୍ରଚାର ମୈଦାନରେ ଚେତାଶୂନ୍ୟ ହୋଇ ପଡିଛନ୍ତି। ତାଙ୍କୁ ତରନ୍ତୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗକୁ ତେଲେଙ୍ଗନା ବିଧାନସଭା ନିର୍ବାଚନ। ସମସ୍ତ ପ୍ରାର୍ଥୀ ଓ ହେଭିଓ୍ୱେଟ୍ ନେତା ମୈଦାନକୁ ଓହ୍ଲାଇ ଘର ଘର ବୁଲି ପ୍ରଚାର ପ୍ରସାର କରୁଛନ୍ତି। ବିଆର୍ଏସ୍ ଏମ୍ଏଲ୍ସିର ନେତ୍ରୀ କେ.କବିତା ଶନିବାର ତେଲେଙ୍ଗାନର ଇତିକ୍ୟାଲ୍ ଅଞ୍ଚଳରେ ରୋଡ୍ ଶୋ’ କରିଥିଲେ। ବସ୍ର ବାଲକୋନିରେ ଠିଆ ହୋଇ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଚଳାଇଥିଲେ। ତେବେ ଏତିକି ବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ତା ବିଗିଡି ଯାଇଥିଲା। କେ.କବିତା ପ୍ରଚାର କରିବା ସମୟରେ ହିଁ ଚେତାଶୂନନ୍ୟ ହୋଇ ତଳେ ପଡିଯାଇଥିଲେ। ପରେ ତୁରନ୍ତ ତାଙ୍କୁ ତାଙ୍କ କର୍ମୀମାନେ ହସ୍ପିଟାଲକୁ ନେଇଯାଇଥିଲା। ସେଠାରେ ଡିହାଇଡ୍ରେସନ୍ ଯୋଗୁ ସେ ଅଚେତ ହୋଇପଡିଥିବା ଡାକ୍ତର କହିଛନ୍ତି। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି।






More Stories
ମହିଳା ସଂରକ୍ଷଣ ଆଇନ ଏହିଦିନ କାର୍ଯ୍ୟକାରୀ ହେବ:ବିଜ୍ଞପ୍ତି ଜାରି….
ଡିଏମ୍କେ ଲାଗି ପ୍ରଚାର କରିବେ କେଜରିୱାଲ….
ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ…..