ରିପୋର୍ଟ କାର୍ଡ / ପୁରୀ
ପୁରୀରେ ତିନିଦିନିଆ ଅନ୍ତର୍ଜାତୀୟ ଲକ୍ଷ୍ମୀ ପୁରାଣ ସତ୍ର ଶୁଭାରମ୍ଭ ହୋଇଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସର ପରିସରରେ ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀ ସଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର। ୧୦୦କୋଟିର ପ୍ରକଳ୍ପ ଶିଳନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।କେନ୍ଦ୍ର ସରକାର ସମସ୍ତ ଟଙ୍କା ମଞ୍ଜୁର କରିବା ସହ ପ୍ରଶାସନ ଦେଇଥିବା ଜାଗାକୁ ଅନୁଧ୍ୟାନ କରିଛନ୍ତି। ସେଥିରେ ୮ମହଲା ବିଶିଷ୍ଟ ପ୍ରାଶାସନିକ ଓ ଶୈକ୍ଷିକ ଭବନ,୫ ମହଲା ବିଶିଷ୍ଟ ଓ ୩୦୦ କ୍ଷମତାସମ୍ପନ୍ନ ମହିଳା ଛାତ୍ରାବାସ ଓ ୩୦୦ ଜଣ କ୍ଷମତା ସମ୍ପନ୍ନ ପୁରୁଷ ଛାତ୍ରାବାସ ସହ ୫ ମହଲା ବିଶିଷ୍ଟ ଅତିଥି ଭବନର ଶିଳାନ୍ୟାସ ଉତ୍ସବ ହୋଇଛି।ଜାତି ପ୍ରଥାରୁ ଉର୍ଦ୍ଧ୍ୱରୁ ଉଠି ଏକ ସୁସ୍ଥ ସବଳ ସମାଜ ଗଠନ ପାଇଁ ସେମିନାରରେ ଆଲୋଚନା ହେବ। ଭକ୍ତି, ଆରାଧନା,ଉପାସନା ଓ ପ୍ରାର୍ଥନା ମାଧ୍ୟମରେ ସମାଜରେ ଶୃଙ୍ଖଳା କିପରି ଆସିପାରିବ ସେନେଇ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ନାରୀ ସଶକ୍ତିକରଣ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳର ମଙ୍ଗଳ ଆଳତି ଦର୍ଶନ କରି ସାରିବାପରେ ଏହି ଗସ୍ତରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଆଲୋଚନା ଚକ୍ରରେ ଭାଗନେଇଛନ୍ତି।






More Stories
ଓଏଏସ୍ ସ୍ତରରେ ଅଦଳବଦଳ……
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
୨୭ରୁ ପୁଣି ବଡ଼ ବର୍ଷା…..