ରିପୋର୍ଟ କାର୍ଡ / ସମ୍ବଲପୁର
ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଜେଲ ଯାଇଛନ୍ତି ଗୁରୁ। ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ଇଂରାଜୀ ଶିକ୍ଷକ ଅରୁଣ ଯୋଷୀ ଙ୍କୁ ବରେଇପାଲି ଥାନା ପୋଲିସ କୋର୍ଟଚାଲାଣ କରିଛି। ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଗିରଫ କରିଥିଲା। ତଦନ୍ତରେ ପ୍ରାଥମିକ ପ୍ରମାଣ ପାଇବା ପରେ ପୋଲିସ କୋର୍ଟଚାଲାଣ କରିଛି। ଇଂରାଜୀ ଶିକ୍ଷକଙ୍କ ନାଁରେ ପୋସ୍କୋ ଆକ୍ଟ ସହ ସଂଗୀନ ଦଫାରେ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖ ମଙ୍ଗଳବାର ଇଂରାଜୀ ଶିକ୍ଷକ ଅରୁଣ ଯୋଷୀ ନବମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଶ୍ରେଣୀ କୋଠରୀକୁ ଡାକି ଯୌନ ନିର୍ଯାତନା ଦେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ରେ ବାର୍ଷିକ ଉତ୍ସବରେ ଇଂରାଜୀ ଶିକ୍ଷକ ଅରୁଣ କୁମାର ଯୋଷୀ କିଛି ଛାତ୍ରୀଙ୍କୁ ଉପସ୍ଥାପନା ଶିଖେଇବା ଲାଗି ଡାକିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଶରୀରର ଆପତ୍ତିଜନକ ସ୍ଥାନରେ ହସ୍ତଚାଳନା କରିଥିଲେ। ଏନେଇ ଛାତ୍ରୀଜଣଙ୍କ ପ୍ରଥମେ ଶ୍ରେଣୀ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ। ମାତ୍ର ସେ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ପରେ ନିଜର ପିତାମାତାଙ୍କୁ କହିଥିଲେ। ଏହାପରେ ଅଭିଭାବକମାନଙ୍କ ସହ ମିଶି ଘଟଣା ସଂପର୍କରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଏହାପରେ ଅଧ୍ୟକ୍ଷଙ୍କ ଲିଖିତ ଅଭିଯୋଗ ଆଧାରରେ ବରେଇପାଲି ଥାନା ପୋଲିସ ଇଂରାଜୀ ଶିକ୍ଷକ ଅରୁଣ କୁମାର ଯୋଷୀଙ୍କୁ ଉଠାଇଆଣି ଥାନାରେ ଅଟକ ରଖି ପଚରାଉଚରା କରିଥିଲା।






More Stories
ଓଏଏସ୍ ସ୍ତରରେ ଅଦଳବଦଳ……
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
୨୭ରୁ ପୁଣି ବଡ଼ ବର୍ଷା…..