Report Card Odisha

| Daily Odia News

‘ଏନ୍‌ଆଇଏ’ର ଚଢ଼ଉ; ‘ଆଇଏସ୍‌ଆଇଏସ୍‌’ ମାମଲାରେ ୧୩ ଗିରଫ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ISIS ଆତଙ୍କ ଷଡ଼ଯନ୍ତ୍ର ମାମଲାରେ ନ୍ୟାଶନାଲ୍ ଇନ୍‌ଭେଷ୍ଟିଗେସନ ଏଜେନ୍ସୀ ଆଜି ୪୧ଟି ସ୍ଥାନରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଛି। ଏନ୍‌ଆଇଏ ମହାରାଷ୍ଟ୍ରର ଥାନେ, ପୁନେ, ମୀରା ଭାଇନ୍ଦର ଆଦି ସ୍ଥାନରେ ଚଢ଼ାଉ କରିଥିଲା। ଏହି ମାମଲାର ତଦନ୍ତ ବେଳେ ଏକ ବଡ଼ ଜଟିଳ ନେଟୱର୍କ କାମ କରୁଥିବା ଜାଣିବାକୁ ପାଇଥିଲା ଏନ୍‌ଆଇଏ। ଏହି ନେଟ୍‌ୱର୍କ ଦେଶର କିଛି ପ୍ରମୁଖ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଯୋଜନା କରିଥିଲା। ସେହିପରି ସେନାର କିଛି ଠିକଣାକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲା। ଦେଶର କିଛି ପ୍ରମୁଖ ସେନା ଘାଟିର ଫଟୋ ଏହି ନେଟୱର୍କ ପାକିସ୍ତାନ ଓ ସିରିୟାକୁ ପଠାଇଥିବା ମଧ୍ୟ ଜଣାପଡ଼ିଛି। ଏହା ପରେ ଯୋଜନାବଦ୍ଧ ଭାବେ ଆଜି ଏନ୍‌ଆଇଏ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ମହାରାଷ୍ଟ୍ର ଓ କର୍ଣ୍ଣାଟକା ପୁଲିସ୍ ସହାୟତାରେ ଏହି ରେଡ୍ କରିଥିଲା ଏନ୍‌ଆଇଏ।

 

 

 

 

Breaking News