ରିପୋର୍ଟ କାର୍ଡ / ଭଦ୍ରକ
ଭଦ୍ରକ ଜିଲ୍ଲା ଆଗରପଡାମେଡିକାଲ ପରିସରରେ ଦୁର୍ଘଟଣା ଘଟିଛି। ରୋଗୀ ଓ ସମ୍ପର୍କୀୟଙ୍କ ଉପରେ ଚଢିଗଲା ମେଡିକାଲ କାମରେ ନିୟୋଜିତ ବୋଲେରୋ । ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମେଡିକାଲ କାମରେ ନିୟୋଜିତ ବୋଲେରୋରୁ ମେଡ଼ିସିନ ଅନଲୋଡ୍ ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବୋଲେରୋ ଧକ୍କାରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଦୁଇ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଭଦ୍ରକ ମେଡିକାଲରେ ଶ୍ରୀଧର ଲେଙ୍କାଙ୍କୁ ମୃତ ଘୋଷଣା କରାଯାଇଥିବା ସୂଚନା ମିଳିଛି । ଗୁରୁତର ଓ ଆହତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ତେବେ ଦୁର୍ଘଟଣାର କାରଣ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।






More Stories
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..
ଜ୍ଞାନକୁ ସମାଜ କଲ୍ୟାଣରେ ବିନିଯୋଗ କର…..
୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି……