ରିପୋର୍ଟ କାର୍ଡ / ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲା ଉପରବାଘଲୁଣ୍ଡା ଠାରେ ବସ୍ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରୀଙ୍କ ନାଁ ଇପ୍ସିତା ବରାଳ, ଘର ବେଲପଡ଼ାରେ। ସେ ନିକଟସ୍ଥ ଏକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ। ସକାଳେ ନିଜ ଦାଦାଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ବସ୍ ସହ ଧକ୍କା ହୋଇଥିଲା। ବାଇକ୍ ଆରୋହୀ ଛାତ୍ରୀଙ୍କ ଦାଦା ଆହତ ହୋଇଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ପୋଲିସ ପହଞ୍ଚି ବୁଝାସୁଝା କରିଛି ।






More Stories
ଓଡ଼ିଶାରେ SIR ସ୍ଥଗିତ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା କଂଗ୍ରେସ…..