ରିପୋର୍ଟ କାର୍ଡ / ଭୁବନେଶ୍ୱର
୧୦ କୋଟି ଟଙ୍କାର ଜିଏସଟି ଠକି ବନ୍ଧା ହେଲେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତି ରଞ୍ଜନ ସାହୁ | ଘଟଣା ଟି ହେଉଛି ରାଜଧାନୀ ଭୁବନଶ୍ୱରରେ | ଏତେ ପରିମାଣର ଜିଏସ୍ଟି ଠକେଇ କରିଥିବା ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତି ରଞ୍ଜନ ସାହୁଙ୍କୁ ଜିଏସଟି ଅଧିକାରୀ ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କ ବାପୁଜୀ ନଗର ସ୍ଥିତ ଘରୁ ଗିରଫ କରିଛି। ସେ ୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ଜିଏସଟି ଠକେଇ କରି ଆସୁଥିଲେ। ରିକ୍ସା ଚାଳକ , ଛାତ୍ର ଆଦିଙ୍କ ନାଁରେ ଫର୍ମ ପୂରଣ କରି ସେ ଜିଏସ୍ଟି ଫାଙ୍କୁଥିଲେ। ବାର୍ଷିକ ଟର୍ନ ଓଭର ୪୦ କୋଟି ବୋଲି ସେ ଦର୍ଶାଇ ଆସୁଥିଲେ ବୋଲି ଜିଏସ୍ଟି ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ ତାଙ୍କୁ ଗିରଫ କରିଛି।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……