ରିପୋର୍ଟ କାର୍ଡ / କଟକ
ଦୁଇ ଝିଅଙ୍କ ସହ ଜଣେ ମା’ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏଭଳି ନିଶ୍ଚିନ୍ତକୋଇଲି ଥାନା ବାଲିଆପଦା ଗ୍ରାମରେ ଏଭଳି ଘଟଣା ଘଟିଛି | ତେବେ ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ଦୁଇ ଝିଅଙ୍କ ସହ କିରୋସିନି ଢାଳି ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁକରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରି ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ବାଲିଆପଦା ଗ୍ରାମର ଝରଣା ମଲିକ (୨୮) ନିଜ ୨ଝିଅଙ୍କୁ ନେଇ ମାମାଶ୍ରୀ ନାମକ ଜଣେ ମହିଳାଙ୍କ ଘର ସମ୍ମୁଖରେ କିରୋସିନି ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁ କରି ନେଇ ପୋଲସକୁ ହସ୍ତାନ୍ତର କରିଥିଲେ। ପୋଲିସ ଦୁଇ ପରିବାରକୁ ଥାନାକୁ ଉଠାଇ ଆଣି ତଦନ୍ତ ଜାରି ରଖିଛି। ଉଭୟ ମହିଳାଙ୍କ ସ୍ବାମୀ ବାହାରେ କାମ କରନ୍ତି। ପରକୀୟା ପ୍ରୀତି ପାଇଁ ଏଭଳି ଆତ୍ମାହୁତି ଉଦ୍ୟମ ହୋଇଥିବା ଅଞ୍ଚଳରେ ଜୋର୍ ଚର୍ଚ୍ଚା ହେଉଛି।






More Stories
ସିଏମ୍ଓରୁ ଫାଇଲ ହଜିବା ଘଟଣା:ଦୁଇ ଆଇଏଏସ୍ ଅଧିକାରୀଙ୍କୁ ପୋଲିସର ସମନ୍…..
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା;ଭକ୍ତ ଭଗବାନଙ୍କର ହେବ ମିଳନ…
୪ ଦିନ ପ୍ରବଳ ବର୍ଷୀବ…..