ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଚାଲିଛି ଷଡ଼ଯନ୍ତ୍ର। ଏନେଇ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍କୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି। ଜଣେ ବ୍ୟକ୍ତି ଫୋନ୍ କରି ମୋଦିଙ୍କୁ ଜୀବନରେ ମାରିଦେବାକୁ ଯୋଜନା ଚାଲିଥିବା କହିଛନ୍ତି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଜୋରଦାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ମୁତାବକ, ବୁଧବାର ରାତି ୯ଟାରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମ୍କୁ ଏହି ଫୋନ୍ କଲ୍ ଆସିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି। ଏହାପରେ ମୁମ୍ବାଇ ପୋଲିସ ଏହା ସତ ନା ଫେକ୍ କଲ୍ ସେ ନେଇ ଯାଞ୍ଚ ଆରମ୍ଭ କରିଛି। ଏଥିସହ ଫୋନ୍ କଲ୍ କରିଥିବା ବ୍ୟକ୍ତି ଜଣକ କିଏ। ତାହା ଜାଣିବା ପାଇଁ ଲୋକେସନ୍ ଟ୍ରେସ୍ କରାଯାଉଛି।






More Stories
ନେପାଳ ବନ୍ୟା;ଏଯାଏଁ ୯୦୩ ମୃତ୍ୟୁ, ୪ହଜାରରୁ ଅଧିକ ନିଖୋଜ…..
ଡଙ୍ଗା ବୁଡ଼ି ୭ ମୃତ,୨୩ ନିଖୋଜ…..
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ମୋଦି…..