ରିପୋର୍ଟ କାର୍ଡ / ବଲାଙ୍ଗୀର
ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି କିରାଣୀ । ଶନିବାର ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକରେ ବରିଷ୍ଠ କିରାଣୀ ଭାବରେ କାମ କରୁଥିବା ରବୀନ୍ଦ୍ର ମହାନ୍ତିଙ୍କ ବାସ ଭବନରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କ ଘର ଉପରେ, ତୁଷୁରା ଡାହିମାଲ ଗାଁ ରେ ଥିବା ଘର, ବଲାଙ୍ଗୀର ସାଗରପଡା ରେ ଥିବା ଘର ତଥା ତୁଷୁରା ଏବଂ ପୁଇଁତଲା ରେ ବର୍ତମାନ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି । ବେଆଇନ ଭାବରେ ବ୍ୟାପକ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ଆଜି ଭିଜିଲାନ୍ସ ବିଭାଗ ଆୟ ବହିର୍ଭୁତ ସମ୍ପତି ଠୁଳ ହୋଇଥିବା ଅଭିଯୋଗ ନେଇ ତଦନ୍ତ ଆରମ୍ଭ କରିଛି । ଏକକାଳୀନ ରବୀନ୍ଦ୍ର ମହାନ୍ତିଙ୍କ ୫ ଟି ଘର ସମେତ ସରକାରୀ କାର୍ଯ୍ୟାଳୟ ରେ ଚଢ଼ାଉ ଜାରି ରଖିଛି । ଚଢ଼ାଉ ସମୟରେ ସରକାରୀ ବାବୁଙ୍କ ପାଖରେ କୋଟିଏ ଟଙ୍କାରୁ ଉର୍ଧ୍ଵ ସମ୍ପତି ରହିଥିବା ସୂଚନା ରହିଛି ।






More Stories
ଓଡ଼ିଶାର ସଂସ୍କୃତି ପରମ୍ପରା ମହାନ…..
ପ୍ରବଳ ଘଡ଼ଘଡ଼ି ସହ ବିଜୁଳି…..
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି…..