ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାକୁ ମାତ ଦେବାପାଇଁ ଆସିଲା ସିଙ୍ଗଲ ଡୋଜ ଟିକା | ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନ୍ସନ୍ ଆଣ୍ଡ ଜନ୍ସନ୍କୁ ସିଙ୍ଗଲ ଡୋଜ ଟିକା ପାଇଁ ଅନୁମତି ମିଳିଛି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିଆ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ଟିକା କ୍ଷେତ୍ରରେ ବିସ୍ତାର କରି ଚାଲିଛି। ତେଣୁ ଜନ୍ସନ୍ ଆଣ୍ଡ ଜନ୍ସନ୍କୁ ସିଙ୍ଗଲ ଡୋଜ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ଅନୁମତି ପ୍ରଦାନ କରିଛି। ଆମେରିକାର ଫାର୍ମା କମ୍ପାନୀ ଜନ୍ସନ୍ ଆଣ୍ଡ ଜନ୍ସନ୍ ସିଙ୍ଗଲ ଡୋଜ କୋଭିଡ-୧୯ ଟିକା ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ହେବା ପରେ ଏହା ପଞ୍ଚମ ଟିକା ଭାବେ ପରିଣତ ହୋଇଛି। ବର୍ତ୍ତମାନ ଭାରତରେ ୫ଟି ଇୟୁଏ ଟିକା ଉପଲବ୍ଧ ହେବ। ସୂଚନାଯୋଗ୍ୟ, ଶୁକ୍ରବାର ଜନ୍ସନ୍ ଆଣ୍ଡ ଜନ୍ସନ୍ କମ୍ପାନୀ ଭାରତରେ କରୋନା ବିରୋଧରେ ସିଙ୍ଗଲ ଡୋଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..