ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ପଞ୍ଜାବ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍ । ସହିଦ ଭଗବତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ ମାନ୍ ଶପଥ ଗ୍ରହଣ କରିଛନ୍ତି। ଆଜି ତାଙ୍କୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଶପଥପାଠ କରାଇଛନ୍ତି । ଏହାକୁ ମିଶାଇ ମାନ ହେବେ ପଞ୍ଜାବର ୧୭ତମ CM । କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନ୍ୟ ଦଳୀୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଆଜି ଶପଥଗ୍ରହଣ ଉତ୍ସବରେ ଭଗୱନ୍ତ କହିଛନ୍ତି ଯେ, ମୁଁ ଏଠାରେ ଶପଥ ନେବାର ଏକ କାରଣ ରହିଛି। ଯେଉଁମାନେ ଏହି ରାଷ୍ଟ୍ରକୁ ଆମକୁ ଦେଇଛନ୍ତି ସେମାନଙ୍କୁ ଆମେ ମନେ ପକାଇବା ଉଚିତ ବୋଲି ସେ କହିଛନ୍ତି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନରେ ଆପ୍ ୯୨ଟି ସିଟ୍ ହାତେଇ ଜବରଦସ୍ତ ବିଜୟ ହାସଲ କରିଥିଲା। ନିର୍ବାଚନ ପୂର୍ବରୁ ଭଗୱନ୍ତ ମାନଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଓହ୍ଲାଇ ଥିଲା।
More Stories
ଭାଜପା ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାରକୁ ଫିଙ୍ଗି ଦିଆଯିବ…..
ରାଣ୍ୟାଙ୍କ ଡିଜିପି ବାପାଙ୍କ କହିବାନୁସାରେ ମୁଁ ସାହାଯ୍ୟ କରିଥିଲି…..
ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ପୂର୍ବରୁ ସର୍ତ୍ତ ରଖିଲେ ପୁଟିନ୍…..