ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାତୀୟ ଟିକାକରଣ ଦିବସ ଅବସରରେ ଆଜିଠାରୁ ୧୨ରୁ ୧୪ ବର୍ଷ ପିଲାମାନଙ୍କୁ ଟିକାକରଣ କରାଯାଉଛି | ଯେଉଁମାନଙ୍କର ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ହୋଇଛନ୍ତି ସେମାନଙ୍କୁ କୋର୍ବେଭାକ୍ସ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟରେ ଟିକାକରଣ ଶୁଭାରମ୍ଭ କରାଯିବ ବୋଲି ଜଣାପଡିଛି। ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଜାରି ରହିଥିବାବେଳେ ଆସନ୍ତାକାଲି ଠାରୁ ସାମିଲ ହେବେ ୧୨ରୁ ୧୪ ବର୍ଷ ପିଲା। ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ବେଭାକ୍ସ ଟିକା ମହଜୁଦ ଅଛି । କିଛି ଉପାନ୍ତ ଜିଲା ବାଦ ଦେଲେ ଅନ୍ୟ ସବୁ ଜିଲାକୁ ଆଜି ରାତି ସୁଦ୍ଧା ଟିକା ପହଞ୍ଚିଯିବ। ଟିକାକରଣ ପାଇଁ ୩ ହଜାର ଟିକାଦାତା ଓ ୩ ହଜାର ତଦାରଖକାରୀ ନିୟୋଜିତ ରହିଛନ୍ତି। ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ। ଟିକା ଲାଗି ଜନ୍ମ ପ୍ରମାଣପତ୍ର ଦରକାର। କୋ-ୱିନ ପୋର୍ଟାଲରେ ସମ୍ପୃକ୍ତ କେନ୍ଦ୍ରରେ ହିଁ ସଂଚାର ଓ ଅଫଲାଇନ ପଞ୍ଜୀକରଣ କରି ଟିକା ନେବେ। ଟିକାକରଣରେ ଶିକ୍ଷକମାନେ ସହଯୋଗ କରିବେ। ବିଦ୍ୟାଳୟ ସମୟ ଅନୁସାରେ ଟିକାକରଣ କରିବାକୁ ସିଡିଏମ୍ଓମାନଙ୍କୁ ନିର୍ଦେଶ ଦିଆଯାଇଛି। ସିଡିଏମଓମାନେ ସେମାନଙ୍କର ଜିଲା ଶିକ୍ଷାଧୀକାରୀ ଓ ଅଞ୍ଚଳରେ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ କରି ପଦକ୍ଷେପ ନେବେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସହ ସମନ୍ୱୟ ରଖି ଟିକାକରଣ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ଲାଗି ଉତ୍ସର୍ଗୀକୃତ କେନ୍ଦ୍ର ଖୋଲାଯିବ। ୨୮ଦିନ ବ୍ୟବଧାନରେ ଦୁଇଟି ପାନ ଦିଆଯିବ। ପୂର୍ବରୁ ଯେଉଁ ନିୟମାବଳୀ ସେହି ଆଧାରରେ ଟିକାକରଣ କରାଯିବ।
More Stories
ବାରବାଟୀ କ୍ରିକେଟ୍ ମ୍ୟାଚ୍:ଟିକେଟ୍ କଳାବଜାରୀ ଅଭିଯୋଗରେ ୭ ଗିରଫ…..
ଆସନ୍ତାକାଲି ଆସିବ ସୁଭଦ୍ରା ଟଙ୍କା…..
ଗନ୍ଧମାର୍ଦ୍ଦନରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ…..