ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଆସାମରେ ସୋନିତପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ବୋଲି ଜଣାପଡିଛି । ଭୂକମ୍ପ କେନ୍ଦ୍ର ତେଜପୁରଠାରୁ ୪୦ କିଲୋମିଟର ପଶ୍ଚିମରେ ଥିଲା ।ଭାରତୀୟ ସମୟ ଅନୁସାରେ ଦିନ ୨ଟା ୨୩ ମିନିଟ୍ ରେ ଭୂପୃଷ୍ଠରୁ ୧୬ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଥିଲା । ଏପର୍ଯ୍ୟନ୍ତ ଭୂକମ୍ପ ଯୋଗୁଁ ଧନଜୀବନ କ୍ଷୟକ୍ଷତି ହୋଇଥିବା ନେଇ ସୂଚନାମିଳି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ମେ’ ମାସରେ ଚତୁର୍ଥ ଥର ଆସାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।
More Stories
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….
ରୁଷରେ ୯/୧୧ ଭଳି ଆକ୍ରମଣ,ଶିଶୁ ସମେତ ୬ ମୃତ…..
୭୦ ଜଣଙ୍କ ଉପରେ ଚଢ଼ିଗଲା କାର, ୨ ମୃତ…..