ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଆସାମରେ ସୋନିତପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ବୋଲି ଜଣାପଡିଛି । ଭୂକମ୍ପ କେନ୍ଦ୍ର ତେଜପୁରଠାରୁ ୪୦ କିଲୋମିଟର ପଶ୍ଚିମରେ ଥିଲା ।ଭାରତୀୟ ସମୟ ଅନୁସାରେ ଦିନ ୨ଟା ୨୩ ମିନିଟ୍ ରେ ଭୂପୃଷ୍ଠରୁ ୧୬ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଥିଲା । ଏପର୍ଯ୍ୟନ୍ତ ଭୂକମ୍ପ ଯୋଗୁଁ ଧନଜୀବନ କ୍ଷୟକ୍ଷତି ହୋଇଥିବା ନେଇ ସୂଚନାମିଳି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ମେ’ ମାସରେ ଚତୁର୍ଥ ଥର ଆସାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..