Report Card Odisha

| Daily Odia News

ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ଅଧିକ ରହିଛି :ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏସିଏସ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ଅଧିକ ରହିଛି ବୋଲି କହିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ୨ ସପ୍ତାହ ତଳେ ବିଶ୍ୱର ମୋଟ ସଂକ୍ରମିତଙ୍କ ୫୪% ଆମ ଦେଶର ଥିଲେ। ବର୍ତ୍ତମାନ ବିଶ୍ୱର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଭାରତର ସଂଖ୍ୟ ୩୪% ରହିଛି । ମେ ୬ରେ ଦେଶରେ ୪.୧୪ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଏହାକୁ ଆମେ ଆମ ଦେଶର ପିକ୍ ଭାବେ ଧରି ନେଇଛୁ ବୋଲି କହିଲେ ଏସିଏସ । ଏହାସହ ଗତ ସେମ୍ବେର ୧୬ରେ ସର୍ବାଧିକ ୯୭ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତବର୍ଷ ସେପ୍ଟେମ୍ବର ୧୬କୁ ସେତେବେଳେ ପିକ୍ ଧରା ଯାଇଥିଲା। ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ଅଧିକ ବୋଲି ସେ କହିଛନ୍ତି। କରୋନା ସଂକ୍ରମଣକୁ ନେଇ ପ୍ରେସମିଟ୍‌ କଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସିଏସ । ରାଜ୍ୟରେ ବର୍ତ୍ତମାନ ସମୟରେ ପଜିଟିଭିଟି କମୁଛି ବୋଲି କହିଲେ ଏସିଏସ । ମେ ୨୨ରେ ସର୍ବାଧିକ ୧୨,୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା ବୋଲି ସେ କହିଛନ୍ତି। ଏହାସହ ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସିଏସ ପ୍ରଦୀପ୍ତ ମହାପାତ୍ର। କେବଳ ଏତିକି ନୁହେଁ ବରଂ ଆଜି ରାଜ୍ୟରେ ୯୫୪୧ ପଜିଟିଭ ଚିହ୍ନିତ ହୋଇଛନ୍ତି। ମେ ୨୨ ତାରିଖକୁ ଆମ ରାଜ୍ୟ ପାଇର୍ଁ ପିକ୍ ବୋଲି ଧରିବାକୁ ହେବ। ଏହାସହ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିବା ଆଶ୍ୱସ୍ତିକର ଖବର ଆମ ରାଜ୍ୟ ପାଇଁ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

 

Breaking News