ରିପୋର୍ଟ କାର୍ଡ / ଭୁବନେଶ୍ବର
ବହୁ ଚର୍ଚ୍ଚିତ ଯୋଡି ହଂସିତା ଅଭିଲିପ୍ସା-ଅନିଲ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ। ଆଜି ଝାରପଡା ଜେଲ ଯାଇ ଉଭୟଙ୍କୁ ଜେରା କରୁଛି ଆୟକର ବିଭାଗ। ଯେଉଁ ରାକେଟ ଚଳାଇଥିଲେ ତା’ର ଗୁମର ଖୋଲୁଛି ପୋଲିସ। କେଉଁ ବଡ଼ବଡ଼ିଆଙ୍କୁ ଯୁବତୀ ଯୋଗାଉଥିଲେ ସେ ସଂକ୍ରାନ୍ତ ତଥ୍ୟ ହାତେଇବା ଲାଗି ତଦନ୍ତକାରୀ ଦଳ ଉଦ୍ୟମ କରୁଛି । ବିଦେଶୀ ଯୁବତୀଙ୍କୁ ଆଣି କେଉଁମାନଙ୍କୁ ଜନ୍ମଦିନରେ ଉପହାର ଦେଉଥିଲେ , ତା’ର ପ୍ରମାଣ ଖୋଜିବ । ଏଭଳି ଉପହାର ଦେବା ପଛରେ ଅନିଲ ହଂସିତାଙ୍କ ଉଦ୍ଦେଶ୍ୟ କ’ଣ ଥିଲା ତାହା ଜାଣିବାକୁ ଚାହୁଁଛି ପୁଲିସ। ପୂର୍ବରୁ ୧୬ ସ୍ଥାନରେ ଚଢାଉ କରି ଆଇଟି ଟିମ୍ ଅନେକ ତଥ୍ୟ ପାଇଛି। ୫୮ କୋଟିର ବେନାମୀ ସମ୍ପତ୍ତିର ପ୍ରମାଣ ମଧ୍ୟ ଆଇଟି ହାତରେ ଲାଗିଛି।






More Stories
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..