ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ବିଶ୍ୱ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି । ଦେଶରେ ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍ ନିୟମକୁ ନଜରରେ ରଖାଯାଇ ଯୋଗ ଦିବସ ଆୟୋଜିତ କରାଯାଇଛି। ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଓ୍ବିଙ୍କ ଏକ ଟୁଇଟକୁ ନେଇ ଏବେ ବିବାଦ ଦେଖାଦେଇଛି। ଅଭିଷେକ ଯୋଗରେ ଓଁ ଏବଂ ଅଲ୍ଲା ଉଚ୍ଚାରଣକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଯୋଗଗୁରୁ ରାମଦେବ ବାବା ମଧ୍ୟ ତାଙ୍କୁ ପାଲଟା ଜବାବ ଦେଇଛନ୍ତି। ସୂଚନାଯୋଗ୍ୟ, ସୋମବାର ଅଭିଷେକ ଟୁଇଟ କରି କହିଛନ୍ତି, ଓଁ ଉଚ୍ଚାରଣ ଦ୍ୱାରା ଯୋଗ ଅଧିକ ଶକ୍ତିଶାଳୀ ହେବ ନାହିଁ କି ଅଲ୍ଲା କହିବା ଦ୍ୱାରା ଶକ୍ତି କମ୍ ହୋଇଯିବ ନାହିଁ। ତାଙ୍କର ଏଭଳି ଟୁଇଟକୁ ନେଇ ବାବା ରାମଦେବ ପ୍ରତିକ୍ରିୟା ଦେଇଛନ୍ତି, ସେ କହିଛନ୍ତି, ‘ଇଶ୍ୱର-ଅଲ୍ଲା ତେରେ ନାମ, ସବକୋ ସନ୍ମ୍ମତି ଦେ ଭଗବାନ’। ଅଲ୍ଲା, ଭଗବାନ, ଓ ଖୁଦା ସବୁ ଏକ। ତେଣୁ ଓଁ ଉଚ୍ଚାରଣ କରିବାରେ ସମସ୍ୟା କ’ଣ ବୋଲି ରାମଦେବ କହିଛନ୍ତି। ଏଥିସହ ସେ କହିଛନ୍ତି, କାହାକୁ ଖୁଦା କହିବାକୁ ମନା କରିଯାଇନାହିଁ। ହେଲେ ସମସ୍ତଙ୍କୁ ଯୋଗ କରିବା ଉଚିତ୍, ଏହାପରେ ସମସ୍ତଙ୍କୁ ସମାନ ଭଗବାନ ଦେଖାଯିବ ବୋଲି ବାବା ରାମଦେବ କହିଛନ୍ତି। ଅନ୍ୟପଟେ ସିଂଘଓ୍ବିଙ୍କ ଏହି ଟୁଇଟ ଉପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଏଭଳି ଅବସରରେ କାହିଁକି କଂଗ୍ର୍ରେସ ନେତାମାନେ ରାଜନୀତି କରନ୍ତି ଏବଂ ଏଭଳି ବୟାନ ଦିଅନ୍ତି ଜଣାନାହିଁ। କରୋନା ବିରୋଧରେ ଲଢ଼େଇରେ ଯୋଗ ଓ ଟିକା ଏକପ୍ରକାର ସଞ୍ଜୀବନି କୁହାଯାଉଥିବା ବେଳେ ସାରା ବିଶ୍ୱରେ ଯୋଗ ପାଇଁ ଆମ ଦେଶ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..