ରିପୋର୍ଟ କାର୍ଡ / ଖୋର୍ଦ୍ଧା
କାଳିଜାଇ ବୁଲିବା ପାଇଁ ହସଖୁସି ମନରେ ଘରୁ ବାହାରିଥିଲେ। ମଝି ରାସ୍ତାରେ ବସ୍ଟି ବ୍ରିଜ ତଳକୁ ଖସି ପଡ଼ିଥିଲା। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ରଣପୁର ଖଣ୍ଡିସି ଛକ ନିକଟରେ ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୪୦ରୁ ୪୫ ଜଣ ଯାତ୍ରୀ ଗତ ରାତିରେ ଏକ ବସ୍ ଯୋଗେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ବାହାରିଥିଲେ। ସେମାନେ କାଳୀଜାଇ ଦେଖିବା ପାଇଁ ଯାଉଥିଲେ। ମାତ୍ର ବସ୍ଟି ମଧ୍ୟ ରାତ୍ରିରେ ଖଣ୍ଡିସି ଛକ ନିକଟରେ ବସ ଟି ଭାରସାମ୍ୟ ହରାଇ ବ୍ରିଜର ବାଡ଼ାକୁ ପିଟିଥିଲା। ଏହାପରେ ବସ୍ଟି ୧୫ ଫୁଟ ତଳକୁ ଖସି ପଡ଼ିଥିଲା ।






More Stories
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..
ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ…..