ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ନାଲକୋ ଛକରେ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସ୍ଥାନୀୟ ରାଧାକୃଷ୍ଣ ବସ୍ତିର ବୋଲି ଜଣାପଡିଛି। ଆଜି ଉକ୍ତ ଘରୋଇ ଯାତ୍ରୀବାହୀ ବସ୍ଟି ଭୁବନେଶ୍ୱର ଜୟଦେବ ବିହାରରୁ ପଟିଆ ଦେଇ ଆଠଗଡ ଯାଉଥିଲା। ଟ୍ରାଫିକ୍ ଗ୍ରୀନ୍ ସିଗ୍ନାଲ ଦେଖି ବସ୍ଟି ନାଲକୋ ଛକ ଅତିକ୍ରମ କରୁଥିଲା। ଏହି ସମୟରେ ମହିଳା ଜଣକ ନାଲୋକ ଅଫିସ୍ ପାର୍ଶ୍ୱରୁ ଅପର ପଟକୁ ଯାଉଥିବା ବେଳେ ବସ୍ ଆଗକୁ ଆସି ଯାଇଥିଲେ। ବସ୍ ଧକ୍କା ଦେବାରୁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ଫଳରେ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଥିଲା।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..