ରିପୋର୍ଟ କାର୍ଡ / ମାଲକାନଗିରି
ପିକନିକ ଯାଉଥିବା ସମୟରେ ଘାଟିରୁ କାର ଖସି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ଆହତ ହୋଇଛନ୍ତି | ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଆଜି ମାଲକାନଗିରି ଜିଲ୍ଲା ରାଇକିଆ ଥାନା ଅର୍ନ୍ତଗତ କରଡା ଘାଟିରେ | ପ୍ରାୟ ୭୦ ଫୁଟ ତଳକୁ ଏକ କାର ଖସିପଡି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲ ନିଆଯାଇଛି। ଉକ୍ତ ଯୁବକମାନେ ଭାଲିଆପଡାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ୯ ଜଣ ଯୁବକ ଏକ କାର ଯୋଗେ ସୋରଡା ଦାନ୍ତ ଲିଙ୍ଗ ପିକନିକ ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
More Stories
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..
ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ ଅଭିଯୋଗ……