Report Card Odisha

| Daily Odia News

ଜୀବନ ରକ୍ଷା କରିବା ଏବଂ ଭୂତାଣୁକୁ ପରାହତ କରିବା ନିମନ୍ତେ ଟିକା ଗୁରୁତ୍ବପୂର୍ଣ୍ଣ:ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀରୁ ଜୀବନ ରକ୍ଷା କରିବା ଏବଂ ଭୂତାଣୁକୁ ପରାହତ କରିବା ନିମନ୍ତେ ଟିକା ଏକାନ୍ତ ଗୁରୁତ୍ବପୂର୍ଣ୍ଣ | ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ‘ଭର୍ଚ୍ୟୁଆଲ୍‌ ଭେସାକ୍ ଗ୍ଲୋବାଲ୍‌ ସେଲିବ୍ରେସନ୍‌’ର ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆହୁରି କହିଛନ୍ତି କୋଭିଡ୍‌-୧୯ ପରବର୍ତ୍ତୀ ଦୁନିଆ ଆଉ ପୂର୍ବଭଳି ରହିବ ନାହିଁ। ଆଗାମୀ ଦିନମାନଙ୍କରେ ବିଭିନ୍ନ ଘଟଣାବଳିକୁ ପ୍ରାକ୍‌-କୋଭିଡ୍‌ କିଂବା ଉତ୍ତର କୋଭିଡ୍‌ ଘଟଣାବଳି ଭାବେ ସ୍ମରଣ କରାଯିବ। ଦଶନ୍ଧି ଦଶନ୍ଧି ଧରି ମଣିଷ ସମ୍ମୁଖୀନ ହୋଇଥିବା ସଂକଟ ମଧ୍ୟରେ କୋଭିଡ୍‌-୧୯ ହେଉଛି ସବୁଠୁ ସଙ୍କଟମୟ । ଶହେ ବର୍ଷ ମଧ୍ୟରେ ବିଶ୍ବ ଏଭଳି କୌଣସି ମହାମାରୀ ଦେଖିନାହିଁ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତିକି ଏବେ ମହାମାରୀକୁ ଅପେକ୍ଷାକୃତ ଉତ୍ତମ ଭାବେ ବୁଝି ହୋଇଛି । ଜୀବନ ରକ୍ଷାକରିବା ନିମନ୍ତେ ଓ ଭୂତାଣୁକୁ ପରାସ୍ତ କରିବା ନିମନ୍ତେ ଟିକା ଏକାନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ବ୍ୟତିରେକେ, ମହାମାରୀ କାରଣରୁ ଅବସ୍ଥା ଭୋଗିଥିବା ଏବଂ ପ୍ରିୟପରିଜନଙ୍କୁ ହରାଇଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରି କହିଛନ୍ତି ଯେ, ସେମାନଙ୍କ ଦୁଃଖରେ ସେ ମଧ୍ୟ ସମଦୁଃଖୀ ପ୍ରକାଶକରିଛନ୍ତି ।

Breaking News