ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ଜୁନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭେଟିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ । ଏହି ସମୟରେ ବାଇଡେନ୍ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କିଛି ଗୁରୁତ୍ୱପୂର୍ଣ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ବାଇଡେନ୍ ପ୍ରଶାସନର ଆରମ୍ଭରୁ ଆମେରିକା ଓ ଋଷ ମଧ୍ୟରେ ଅନେକ ପ୍ରସଙ୍ଗରେ ବିବାଦ ଦେଖିବାକୁ ମିଳିଛି । ଉଭୟ ନେତା ୟୁକ୍ରେନ ବିବାଦଠୁ ଆରମ୍ଭ କରି ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ପରସ୍ପରକୁ ବିରୋଧ କରିଛନ୍ତି । ତେବେ ବାଇଡେନ୍ ଓ ପୁଟିନ ଜେନେଭାରେ ପରସ୍ପର ସହ ଶିଖର ବାର୍ତ୍ତା କରିବେ । ହ୍ୱାଇଟ୍ ହାଉସ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଉଭୟ ନେତା ଜୁନ ୧୬ରେ ସାକ୍ଷାତ କରିବେ । ହ୍ୱାଇଟ୍ ହାଉସ୍ ପ୍ରବକ୍ତା ଜେନ୍ ସାକି ଏକ ବୟାନରେ କହିଛନ୍ତି ଯେ, ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହ ଆମେରିକା ଋଷ ସହ ସମ୍ପର୍କରେ ସ୍ଥିରତା ଆଣିବାକୁ ଚାହୁଁଥିବା ସେ କହିଛନ୍ତି ।
More Stories
ସ୍ତ୍ରୀ ହାତଗୋଡ଼ ବାନ୍ଧି ଏସିଡ ଢାଳିଲା ସ୍ବାମୀ….
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ…..
ରାହୁଲଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି ସ୍ଥଗିତ…..