ରିପୋର୍ଟ କାର୍ଡ / ଭୁବନେଶ୍ୱର
କମିଶନରେଟ୍ ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥା ଏବେ ପୁଣି ଥରେ ପଦାରେ ପଡିଛି । ବାନ୍ତି କରିବା ବାହାନାରେ କନଷ୍ଟେବଳଙ୍କୁ ଧକ୍କା ମାରି ଅଭିଯୁକ୍ତ ଚମ୍ପଟ୍ ମାରିଥିବା ସୂଚନା ମିଳିଛି । ଭୁବନେଶ୍ୱର ଚନ୍ଦକ ଥାନାରେ ଏଭଳି ଘଟଣା ଘଟିଛି ।ମିଳିଥିବା ସୂଚନା ଅନୁସାରେ ମୋବାଇଲ ଚୋରି ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଥିଲା ପୋଲିସ । ଥାନାରେ ଥିବା ବେଳେ ଅଭିଯୁକ୍ତ ଜଣଙ୍କ ବାନ୍ତି କରିବା ବାହାନାରେ ବାହାରକୁ ଆସିଥିଲା । ଏହି ସମୟରେ ଦୁଇ ଜଣ କନଷ୍ଟେବଳଙ୍କୁ ଧକ୍କା ମାରି ଚମ୍ପଟ୍ ମାରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ରାଜା ବୋଲି ଜଣାପଡିଛି । ଆଇଫୋନ୍ ଚୋରି ଘଟଣାରେ ତାଙ୍କୁ ପୋଲିସ ଗିରଫ କରିଥିଲା |






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ