Report Card Odisha

| Daily Odia News

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ର ଆସିଲେ ନୂଆ ଟ୍ଵିଷ୍ଟ,ଭାଇରଲ ହେଉଛି ଜମାନବନ୍ଦୀ ସମୟର ଡିଏଫଓଙ୍କ ଭିଡ଼ିଓ ଭାଇରଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି । କ୍ରାଇମବ୍ରାଞ୍ଚ ତଦନ୍ତ ପରିସର ଭିତରକୁ ଆସିଛନ୍ତି ଡାକ୍ତର ଓ ତହସିଲଦାର | ଏମାନଙ୍କୁ ମଧ୍ୟ ଙ୍କୁ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ । ହେଲେ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ରହିଥିବା ସନ୍ଦେହ ଘନୀଭୂତ ହୋଇଛି । ଜଣେ ୯୫ ପ୍ରତିଶତ ପୋଡି ଯାଇଥିବା ବ୍ୟକ୍ତି କିଭଳି ଭାବରେ ମୃତ୍ୟୁକାଳୀନ ଜମାନବନ୍ଦୀ ଦେବାକୁ ସକ୍ଷମ ହେଲେ । ତାହାକୁ ନେଇ ଆପତ୍ତି ରହିଥିବା ବେଳେ ଡ଼ାକ୍ତର କହିଥିଲେ ମୃତ୍ୟୁକାଳୀନ ଜମାନବନ୍ଦୀ ସମୟରେ ଡାକ୍ତର ଓ ମାଜିଷ୍ଟ୍ରେଟଙ୍କ ବ୍ୟତୀତ କେହି ଉପସ୍ଥିତ ନଥିଲେ । କିନ୍ତୁ ଭାଇରାଲ୍ ହେଉଥିବା ଭିଡିଓରେ ଡାକ୍ତର ଓ ତହସିଲଦାରଙ୍କ ସହ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ହେବା ସମୟରେ ଡିଏଫଓ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ସେପଟେ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ସମୟରେ ଭିଡିଓ ରେକର୍ଡ କରାଯାଇଥିବା କଥାକୁ ଡାକ୍ତର ଜାଣି ନଥିବା କହୁଥିବା ବେଳେ ତହସିଲଦାର ମୁହଁ ଖୋଲୁନାହାନ୍ତି । ଯାହା ପରିବାର ଲୋକଙ୍କ ଅଭିଯୋଗ ଓ ଲୋକଙ୍କ ସନ୍ଦେହକୁ ଅଧିକ ଘନୀଭୂତ କରିଛି । ତେବେ ଏସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ କହିବା ହେଲା ଭିଡିଓର ଯାଞ୍ଚ କରାଯିବ ଯଦି ସତ୍ୟତା ଥାଏ ତାହାହେଲେ ତଦନ୍ତ ପରିସରଭୁକ୍ତ କରାଯିବ । ତେବେ ଏଠି ପ୍ରଶ୍ନ ଉଠୁଛି ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ହେବା ସମୟରେ ସେଠି ଡିଏଫଓ କ’ଣ କରୁଥିଲେ | ଏହାଏ ଦେଖିବା ପରେ କ’ଣ ପୁଣିଥରେ ଡାକ୍ତରଙ୍କୁ ଏବଂ ତହସିଲଦାରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ |

Breaking News