ରିପୋର୍ଟ କାର୍ଡ / ମୁମ୍ବଇ
ପ୍ରବର୍ତ୍ତନ ନିର୍ଦେଶାଳୟ ରେ ହାଜର ହୋଇଛନ୍ତି ବଲିଉଡ଼ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିସ୍। ସୋମବାର ତାଙ୍କୁ ଇଡି କାର୍ଯ୍ୟାଳୟ ବାହାରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ବଳପୂର୍ବକ ଗ୍ରହଣ ମାମଲାରେ ନିଜ ବୟାନ ରେକର୍ଡ଼ ପାଇଁ ଅଭିନେତ୍ରୀ ଇଡି ଆଗରେ ହାଜର ହୋଇଥିଲେ। ସୂଚନାଯୋଗ୍ୟ, ଏହାପୂର୍ବରୁ ୩୬ ବର୍ଷୀୟା ଅଭିନେତ୍ରୀଙ୍କୁ ବେଆଇନ ଅର୍ଥ କାରବାର ମାମଲାରେ ଇଡି ଆଗରୁ ପଚରାଉଚରା କରିଛି। ଏବେ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ବନ୍ଧୁତା ବିଷୟ ସାମ୍ନାକୁ ଆସିବା ପରେ ତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣ ପଡିଛି |






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..