ରିପୋର୍ଟ କାର୍ଡ / ପୁରୀ
ଗତକାଲି ମହଣ ମହାନ ସୁନା ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ | ଆଜି ଦ୍ୱାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କୁ ଅଧରପଣା ଭୋଗ କରାଯିବ। ସନ୍ଧ୍ୟାଧୂପ ପରେ ଅଧରପଣା ନୀତି କରାଯିବା ବିଧି ରହିଛି। ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ମାଟିହାଣ୍ଡି ରଥ ଉପରେ ରଖାଯିବ। ମହାସୁଆର ସେବକ ପାଣି, କ୍ଷୀର, ସର, ଛେନା, ଚିନି, କଦଳୀ, ଗୋଲମରିଚ, ଗୁଣ୍ଡ କର୍ପୁର ଓ ଜାଇଫଳ ପକାଇ ପଣା ପ୍ରସ୍ତୁତ କରିବେ। ପୂଜାପଣ୍ଡା ସେବକ ପଞ୍ଚୋପଚାରରେ ତାହାକୁ ଶ୍ରୀଜୀଉଙ୍କୁ ଅର୍ପଣ କରିବେ। ପରମ୍ପରା ଅନୁଯାୟୀ ରଥ ପାର୍ଶ୍ୱ ଦେବଦେବୀ ଏବଂ ଚଣ୍ଡିଚାମୁଣ୍ଡାଙ୍କ ଉଦେଶ୍ୟରେ ଅଧରପଣା ହାଣ୍ଡି ଗୁଡିକୁ ଭଙ୍ଗାଯିବ। ଏହାପରେ ଶ୍ରୀଜୀଉଙ୍କୁ ମହାସ୍ନାନ, ମଇଲମ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡସିଂହାର ବେଶ, ବଡସିଂହାର ଭୋଗ ଏବଂ ରାତ୍ର ପହୁଡ କରାଯିବାର ବିଧି ରହିଛି |






More Stories
୭ରେ ଓଡ଼ିଶା ଆସିବେ ଅମିତ ଶାହ…..
ମାଟ୍ରିକ ପରୀକ୍ଷା ପାଇଁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ….
ଆଜି ସୂର୍ଯ୍ୟୋପରାଗ…..