ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଦିତ୍ୟ ମିଶନର ସଫଳ ଉତକ୍ଷେପଣ। ଏହି ସଫଳତା ସହ ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଇସ୍ରୋ। ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ୍ ପ୍ଯାଡରୁ ସଫଳତା ପୂର୍ବକ ଉତକ୍ଷେପଣ ହୋଇଛି ଆଦିତ୍ୟ-ଏଲୱାନ୍। ରକେଟ ପିଏସଏଲଭି-ସି57 ମାଧ୍ୟମରେ ମହାକାଶକୁ ଯାଇଛି ଏହି ମହାକାଶଯାନ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ପୂର୍ବାହ୍ନ ୧୧ ଟା ୫୦ ମିନିଟରେ ଆଦିତ୍ୟ-ଏଲୱାନ୍ ଉତକ୍ଷେପଣ କରାଯାଇଛି। ୧୨୫ ଦିନର ଯାତ୍ରା କାଳରେ ‘ଆଦିତ୍ୟ ଏଲ୍ ୧’ ବାହ୍ୟ ସୌରମଣ୍ଡଳ ଓ ସୌର ବାୟୁର ପର୍ଯ୍ୟବେକ୍ଷଣ କରିବ। ପୃଥିବୀଠାରୁ ୧.୫ ନିୟୁତ କିଲୋମିଟର୍ ଦୂର ‘ଲାଗ୍ରାଞ୍ଜିଆନ୍ ପଏଣ୍ଟ୍ ୧’ କକ୍ଷପଥରେ ଅବସ୍ଥାନ କରିବା ପରେ ଏହାର ‘ଭିଇଏଲ୍ସି’ ପ୍ଲେ ଲୋଡ୍ ଦୈନିକ ୧,୪୪୦ଟି ଫଟୋ ଗ୍ରାଉଣ୍ଡ୍ ଷ୍ଟେସନ୍କୁ ପଠାଇବ। ସୂଚନାଯୋଗ୍ୟ, ଏହା ସୂର୍ଯ୍ୟରେ ଅବତରଣ କରିବା ନାହିଁ କି, ସୂର୍ଯ୍ୟର ନିକଟତର ବି ହେବନାହିଁ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..