ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ବରିଷ୍ଠ ଓଏଏସ୍ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଶ୍ରୀ ମହାପାତ୍ର ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ । ଏବେ ସରକାର ପରିବର୍ତ୍ତନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ଅନୁରୋଧ ପରେ ଶ୍ରୀ ମହାପାତ୍ରଙ୍କୁ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସରକାର ପରିବର୍ତ୍ତନ ହେବାପରେ ଶ୍ରୀ ମହାପାତ୍ରଙ୍କୁ ସଂସଦୀୟ ବ୍ୟାପାର ବିଭାଗକୁ ବଦଳି କରାଯାଇଥିଲା ଓ ଏବେ ତାଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି । ବିଜେଡି ସରକାର ସମୟରେ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ଅଣଆନୁଷ୍ଠାନିକ ଭାବେ ଭିକେ ପାଣ୍ଡିଆନଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଅନ୍ୟପକ୍ଷରେ ନବୀନ ନିବାସରେ ବିଜେଡି ସାଂଗଠନିକ ବ୍ୟାପାର ବୁଝୁଥିବା ଓଏଏସ୍ ରବୀନ୍ଦ୍ର ସେଠୀଙ୍କୁ ନିରାଶ ହେବାକୁ ପଡ଼ିଛି । ସେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ କାର୍ଯ୍ୟ କରୁଥିଲେ ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….