Report Card Odisha

| Daily Odia News

ଆଫଗାନିସ୍ତାନରେ ପରଦା ଟାଣି ପାଠ ପଢିଲେ ଛାତ୍ରଛାତ୍ରୀ …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରଠାରୁ ସେଠାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ତାଲିବାନ ନୂତନ ସରକାର ଗଠନ କରିବା ପାଇଁ ପ୍ରସ୍ତୁତ ହେଉଛି | ଏହା ଭିତରେ ତାଲିବାନ ନିଜ ହିସାବରେ ନିୟମ ଲାଗୁ କରିବା ଆରମ୍ଭ କରିଛି । ଏବେ ଆଫଗାନିସ୍ତାନରେ ବିଶ୍ବବିଦ୍ୟାଳୟ ଖୋଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରଦା ଟଣା ଯାଇଥିବା ଦେଖିବାକୁ ମିଳିଛି। ମଝିରେ ପରଦା ଟଣା ଯାଇଥିବା ବେଳେ ଦୁଇ ପାର୍ଶ୍ବରେ ଛାତ୍ରଛାତ୍ରୀ ବସି ପାଠ ପଢ଼ୁଛନ୍ତି। ବେସରକାରୀ ଆଫଗାନିସ୍ତାନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ମହିଳାମାନେ ନିଜ ଶରୀରକୁ ସମ୍ପୂର୍ଣ୍ଣ ଢ଼ାଙ୍କିବା ସହ ନିକାବ ପିନ୍ଧିବେ। ତାଲିବାନର ଶିକ୍ଷା ବିଭାଗ ଦ୍ବାରା ଜାରି କରାଯାଇଥିବା ଏକ ଲମ୍ବା ଦଲିଲରେ ତାଲିବାନ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛି ଯେ, ଛାତ୍ରୀମାନଙ୍କୁ କେବଳ ମହିଳାମାନେ ଶିକ୍ଷା ଦେବେ। କିନ୍ତୁ ଯଦି ତାହା ସମ୍ଭବ ନୁହେଁ ତେବେ ଭଲ ଚରିତ୍ରର ବୃଦ୍ଧ ଶିକ୍ଷକମାନେ ଛାତ୍ରୀମାନଙ୍କୁ ପଢ଼ାଇପାରିବେ। ତେବେ ପାଠ ପଢ଼ିବା ପାଇଁ ତାଲିବାନ ତିଆରି କରୁଥିବା ନିୟମ ପାଇଁ ଅନେକ ଛାତ୍ରୀ ପାଠ ପଢ଼ା ଛାଡ଼ିଥିବା ଦେଖାଯାଇଛି। ତାଲିବାନ ଡରରେ କିଛି ଛାତ୍ରୀ ଘର ବାହାରକୁ ଯାଇପାରୁନାହାନ୍ତି।

 

Breaking News