ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ କ୍ଷମତାକୁ ଫେରିଛି ତାଲିବାନ | ଭୟରେ ଆଫଗାନର ବାସୀ ଜୀବନ ବଞ୍ଚାଇବାକୁ ଚଳନ୍ତା ବିମାନ ସହିତ ଦୌଡୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା | ଦେଖିବାକୁ ମିଳିଛି ଆଫଗାନିସ୍ତାନ ଯୁଦ୍ଧବିମାନକୁ ଖସାଇ ଦେଇଛି ଉଜବେକିସ୍ତାନ। ରବିବାର ତାଲିବାନ କ୍ଷମତା ଦଖଲ କରିବା ପରେ ଏହି ଯୁଦ୍ଧବିମାନଟି ବେଆଇନ ଭାବରେ ଉଜବେକୀ ସୀମା ଅତିକ୍ରମ କରିବାକୁ ପ୍ରୟାସ କରୁଥିଲା । ଉଜବେକିସ୍ତାନର ଦକ୍ଷିଣ ପ୍ରାନ୍ତରେ ସରକ୍ସୋଣ୍ଡାରୀରେ ଏହି ଯୁଦ୍ଧବିମାନଟି ପ୍ରବେଶ ଉଦ୍ୟମ କରୁଥିଲା । ବିମାନଟିକୁ ଉଜବେକିସ୍ତାନର ଆଣ୍ଟି ଏୟାର ଡିଫେନ୍ସ ସିଷ୍ଟମ ଖସାଇ ଦେଇଥିବା ନେଇ ଉଜବେକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ସୋମବାର ସୂଚନା ଦେଇଛନ୍ତି । ଏହି ବିମାନଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ବିମାନରେ କେତେ ଜଣ ଉପସ୍ଥିତ ରହିଥିଲେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ |
Discussion about this post