Report Card Odisha

| Daily Odia News

ଦେଶରେ ୨ ଲକ୍ଷ ତଳକୁ ଖସିଲା କରୋନା ସଂକ୍ରମଣ ସଂଖ୍ୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ୪୦ ଦିନ ପରେ ୨ ଲକ୍ଷ ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟାରେ ମଧ୍ୟରେ ଦେଶରେ ୧ ଲକ୍ଷ ୯୬ ହଜାର ୪୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୧୧ ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୬୯ ଲକ୍ଷ ୪୮ ହଜାର ୮୭୪ରେ ପହଞ୍ଚିଛି। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୦୭ ହଜାର ୨୩୧ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୪୦ ଲକ୍ଷ ୫୪ ହଜାର ୮୬୧ରେ ପହଁଚିଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୫୮୬୭୮୨।

Breaking News