ରିପୋର୍ଟ କାର୍ଡ / ପୁରୀ
ଶିଷ୍ଟ ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ ଘଟିଛି । ସେ କୋଭିଡ୍ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ପୁରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କ ଦେହାନ୍ତ ଘଟିଛି। ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ। ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ତାଙ୍କର କଥା ଶୁଣିବାକୁ ଲୋକମାନେ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । କିଛି ଦିନ ପୂର୍ବେ ସେ କରୋନା ସଂକ୍ରମିତ ହୋଇଥିଲେ। ଫୁସଫୁସ୍ ସଂକ୍ରମଣ ହେବାରୁ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିଲା। ସୋମବାର ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।






More Stories
୮୨୨ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର…..
ପବନ ସହ ପ୍ରବଳ ବର୍ଷା…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ….