ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ ଚଳାଇଥିବାବେଳେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ବୁଧବାର ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି)ରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭାରତୀୟ ସେନା ଅଟକାଇବାରେ ସଫଳ ହୋଇଛି। ପ୍ରାୟ ୨ରୁ ୩ଜଣ ୟୁଆଇ ଆତଙ୍କବାଦୀ ବାରାମୁଲ୍ଲା (ଉତ୍ତର କାଶ୍ମୀରର) ଉରି ନାଲାରେ ସାଧାରଣ ଅଞ୍ଚଳ ସରୋଜଭାନ ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେହି ଅନୁପ୍ରବେଶକାରୀଙ୍କୁ ଭାରତୀୟ ସେନା ଯବାନ ଅଟକାଇଥିଲେ ଏବଂ ସେମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଥିଲେ।ସେମାନେ ସେନା ଉପରକୁ ଗୁଳି ଚାଳନା କରିଥିଲେ। ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କୁ ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଭାରତୀୟ ସେନାର ଗୁଳିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଅନୁପ୍ରବେଶ କରିବାକୁ ଉଦ୍ୟମ ଚଳାଇଥିବା ଆତଙ୍କବାଦୀଙ୍କୁ ନିପାତ ପାଇଁ ଅପରେସନ୍ ଚାଲିଛି ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ମଙ୍ଗଳବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଦେଶକୁ ସ୍ତବ୍ଧ କରିଦେଇଛି|






More Stories
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..