Report Card Odisha

| Daily Odia News

ଭୁବନେଶ୍ୱର ଏମ୍ସ ଗବେଷକଙ୍କ ଦ୍ୱାରା ନୂଆ ଫଙ୍ଗସ୍‌ ଆବିଷ୍କାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାରା ବିଶ୍ୱ ଦୀର୍ଘ ଦିନଧରି କରୋନା ସମାହାରୀ ସହିତ ଲଢେଇ କରୁଛି | ଅନେକ ଲୋକଙ୍କ ଜୀବନ ନେଇଛି | ଏବେବି କରୋନା ସଂକ୍ରମଣର ଭୟ ଯାଇନଥିବା ବେଳେ ଗୋଟିଏ ପରେ ଗୋଟିଏ ଫଙ୍ଗସ୍‌ ଚିହ୍ନଟ ଚିହ୍ନଟ ହେଉଛି । ଏବେ ଆଉ ଏକ ନୂଆ ଫଙ୍ଗସ୍‌ର ଆବିଷ୍କାର ହୋଇଛି। ଭୁବନେଶ୍ୱର ଏମ୍ସ ଗବେଷକଙ୍କ ଦ୍ୱାରା ‘ଅରୁଣାଲୋକେ’ ଫଙ୍ଗସ୍‌ର ଆବିଷ୍କାର ହୋଇଛି। ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ନୂଆ ଫଙ୍ଗସ୍ ‘ଅରୁଣାଲୋକେ’ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସୃଷ୍ଟି କରୁଥିବା ସୂଚନା ମିଳିଛି। କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମାତ୍ରାଧିକ ଓ ଦୀର୍ଘ ଦିନ ଯାଏ ଷ୍ଟିରଏଡ୍, ଆଣ୍ଟି ବାଓଟିକ୍ ଔଷଧ ଆଦି ଦିଆଗଲେ ସେ କରୋନାରୁ ସୁସ୍ଥ ହୋଇଯାଉଥିଲେ। ହେଲେ ଫଙ୍ଗାଲ୍ ଇନ୍‌ଫେକସନ୍‌ ହେବାର ଆଶଙ୍କା ବଢ଼ିଯାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେବା ଦେଖା ଦେଉଛି। ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସଂକ୍ରମଣ ହେଲେ ନାକରୁ କଳା ରଙ୍ଗର ପାଣି ବାହାରିବା ସହ ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ଚାରି ପଟେ ବିନ୍ଧେ, ପାଟି ଭିତରେ ଯନ୍ତ୍ରଣା ହୁଏ। କେତେଜଣଙ୍କ ପାଟି ଭିତରେ କଳା ଦାଗ ମଧ୍ୟ ଦେଖାଯାଇଥାଏ।

Breaking News