Report Card Odisha

| Daily Odia News

ଆଜିଠାରୁ ୬-୧୨ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ୍ ଟିକାର ଟ୍ରାଏଲ୍….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନାର ଦ୍ଵିତୀୟ ଲହର ଜାରିରହିଥିବା ବେଳେ ଟିକା କାରଣ ଉପରେ ଗୁରୁତ୍ୱ ଦିଆଯାଉଛି | ଏହାରି ଭିତରେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହେଲାଣି । ଛୋଟ ପିଲା ବେଶୀ ସଂକ୍ରମିତ ହେବା ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗୁଆ ଟିକାକରଣ ଦିଗରେ ପଦକ୍ଷେପ ନିଆଯାଉଛି । ଆରମ୍ଭ ହୋଇଛି ଟିକା ଟ୍ରାଏଲ । ଆଜି ୬-୧୨ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ୍ ଟିକାର ଟ୍ରାଏଲ୍ କରାଯିବ । ଦିଲ୍ଲୀ ଏମ୍ସରେ ଏହି ବର୍ଗର ପିଲାଙ୍କ ପାଖରେ ପରୀକ୍ଷଣ କରାଯିବ । ଆଜି ପ୍ରଥମ ଦିନରେ ୫ରୁ ୧୦ ଜଣ ପିଲାଙ୍କୁ ଦିଆଯିବ ଟିକା । ପ୍ରଥମେ ସେମାନଙ୍କର ସ୍କ୍ରିନିଂ କରାଯିବ । ତାପରେ ସବୁ କିଛି ଠିକଠାକ ଥିଲେ ଦିଆଯିବ ଟିକା । ଗତ ଶନିବାର ୧୨-୧୮ ବର୍ଷ ବୟସର ପିଲାଙ୍କୁ କୋଭାକ୍ସିନ୍ ଟିକା ଡୋଜ୍ ଦିଆଯାଇଛି । ଏବେ ୬-୧୨ ବର୍ଷ ପିଲାଙ୍କୁ ଦିଆଯିବ । ଯାଞ୍ଚ ରିପୋର୍ଟ ଆସିବା ପରେ ୨-୬ ବର୍ଷ ପିଲାଙ୍କ ପାଖରେ ଟ୍ରାଏଲ ହେବ । ମେ ୧୨ ତାରିଖରେ ପିଲାଙ୍କ ଉପରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକାର ଟ୍ରାଏଲକୁ ଅନୁମତି ମିଳିଥିଲା ।

 

Breaking News