Report Card Odisha

| Daily Odia News

ବନ୍ଧୁକଧାରୀ ଯୁବକ ଠାରୁ ଉଦ୍ଧାର ହେଲେ ବନ୍ଧକ ପରିବାର…..

ରିପୋର୍ଟ କାର୍ଡ / ବଲାଙ୍ଗୀର

ବଲାଙ୍ଗିର ଟାଉନ ଥାନା ଅଞ୍ଚଳରେ ଉନ୍ମତ୍ତ ଯୁବକର ଆତଙ୍କରାଜ। ଶାନ୍ତିପଡ଼ାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଆତଙ୍କ ଚଳାଇଥିଲା ଯୁବକ । ଘର ମାଲିକ ଓ ପରିବାରକୁ ବନ୍ଧକ ରଖିଥିଲା ବନ୍ଧୁକଧାରୀ । ପରିବାରର ୪ଜଣଙ୍କୁ ବହୁ ଚତୁରତାର ସହିତ ଉଦ୍ଧାର କରିଛି ପୋଲିସ ।ଉଦ୍ଧାର ହୋଇଥିବା ସଦସ୍ୟମାନେ ହେଲେ ମଦନମୋହନ ହୋତା, ଦିବ୍ୟଲୋଚନ ହୋତା, ଜୋସ୍ନାମୟୀ ହୋତା, ଆଶୁତୋଷ ହୋତା । ଏବେବି ଘର ଭିତରେ ରହିଛନ୍ତି ବନ୍ଧୁକଧାରୀ ଯୁବକ । ଖବର ଅନୁଯାୟୀ, ଜଣେ ଯୁବକ ଏକ ବାଇକରେ ଆସି ଶାନ୍ତିପଡାର ମଦନ ମୋହନ ହୋତାଙ୍କ ପରିବାରକୁ ବନ୍ଧୁକ ଦେଖାଇ ଭାଣିଜୀଙ୍କ କଥା ପଚାରିବା ସହିତ ଧମକଚମକ ଦେଇଥିଲା ବନ୍ଧୁକଧାରୀ | ଏହି ସମୟରେ କୌଶଳ କ୍ରମେ ପରିବାର ଲୋକେ କବାଟ ଦେଇ ଏକ କୋଠରୀରେ ବନ୍ଦ ହୋଇଯାଇଥିଲେ । ଠିକ୍‌ ଏହି ସମୟରେ ପରିବାରର ଅନ୍ୟ ଜଣେ ବାହାରୁ ଆସି ବାହାରପଟୁ କବାଟ ଦେଇ ଦେଇଥିଲେ । ଫଳରେ ଘର ପୋଟିକରେ ବନ୍ଧୁକଧାରୀ ଯୁବକ ଜଣକ ବନ୍ଦ ହୋଇରହିଛନ୍ତି । ଯୁବକଙ୍କୁ କାବୁ କରିବା ସହ ପରିବାରକୁ ଉଦ୍ଧାର ପାଇଁ ପୁଲିସ ଘରକୁ ଘେରାବନ୍ଦୀ କରି ଉଦ୍ୟମ ଚଳାଇଥିଲା । ପୋଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ପ୍ରେମ ବ୍ୟାପାର କୁନେଇ ଏଭଳି ଘଟଣା ହୋଇଥିବା ନେଇ ଅନୁମାନ କରାଯାଉଛି

Breaking News