ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସାମର ଜୋରହାଟ ଏୟାରବେସରେ ଏକ ଭାରତୀୟ ବାୟୁସେନା ଆଇଏଫ ଏନ- ୩୨ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଅବତରଣ କରିବା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା । ଜୋରହାଟ୍ ଏୟାରବେସ୍ ଭିତରେ ଅବତରଣ ବେଳେ ଅଘଟଣ ଘଟିଛି । ଏୟାରବେସରେ ଥିବା ଅଗ୍ନିଶମ ବାହିନୀ ଏବଂ ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକ ନିୟନ୍ତ୍ରଣ କରିଥିଲା । ବିମାନଟି ଏୟାରବେସରେ ସୁରକ୍ଷିତ ଲାଣ୍ଡିଂ କରିଥିଲା । କିନ୍ତୁ ପରେ ସେଥିରୁ ନିଆଁ ଉଠିଥିଲା । ବିମାନଟି ଖଣ୍ଡ ଖଣ୍ଡ ହୋଇଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ରିପୋର୍ଟ ଅନୁସାରେ, ବିମାନଟି ଅବତରଣ ଷ୍ଟ୍ରିପରେ ଅବତରଣ କରିପାରିଲା ନାହିଁ । ଏୟାରବେସର ଅନ୍ୟ ଏକ ସ୍ଥାନରେ ଲାଣିଂ କରିଥିଲା । ଆସାମର ଜୋରହାଟରେ ଥିବା ରୋଉରିଆ ବାୟୁସେନା ଷ୍ଟେସନ, ଉତ୍ତର-ପୂର୍ବ ଭାରତରେ ଭାରତୀୟ ବାୟୁସେନାର ପ୍ରମୁଖ ସାମରିକ ଘାଟି ମଧ୍ୟରୁ ଗୋଟିଏ । ଏହି ବାୟୁସେନା ଆସାମ ସମେତ ସମଗ୍ର ଉତ୍ତର-ପୂର୍ବରେ ବିମାନ ଅଭିଯାନ, ସାମିରକ ଲଜିଷ୍ଟିକ୍ସ ଏବଂ ରଣନୈତିକ କାର୍ଯ୍ୟକଳାପ ପରିଚାଳନାରେ ବଡ଼ ଭୂମିକା ଗ୍ରହଣ କରିଥାଏ । ବିମାନଟି ନିୟମିତ ଉଡାଣରେ ଥିଲା । ଜୋରହାଟ ବାୟୁସେନା ଘାଟିରେ ଅବତରଣ ସମୟରେ ବିମାନଟି ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ତଳେ ପଡିବା କ୍ଷଣି ବିମାନଟି ୨ ଖଣ୍ଡ ହୋଇଯାଇଥିଲା । ବିମାନରେ ଥିବା କ୍ରୁ ଏବଂ ଅନ୍ୟାନ ବାୟୁସେନା ସଦସ୍ୟଙ୍କ ଅବସ୍ଥା ସମ୍ପର୍କରେ କିଛି ସୂଚନା ମିଳିନାହିଁ । ସରକାରୀ ସୂଚନାକୁ ଅପେକ୍ଷା କରାଯାଇଛି । ଭାରତୀୟ ବାୟୁସେନା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଭାରତୀୟ ବାୟୁସେନା ପକ୍ଷରୁ ଏକ ବିବୃତ୍ତିରେ କୁହାୟାଇଛି ଜୋରହାଟରେ ଏକ ଏଏନ-୩୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।






More Stories
ଓସେପା ଅଫିସରୁ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ…..
ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି…..
ଶରଧାବାଲିରେ ୩ ରଥ….