Report Card Odisha

| Daily Odia News

ୟୁକ୍ରେନରୁ ଭାରତ ଉଡିବ ୩ ବିମାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ଆସନ୍ତା ସପ୍ତାହରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ ତିନୋଟି ବିମାନ ଚଳାଚଳ କରିବ ବୋଲି ଘୋଷଣା କରିଛି। ଫେବ୍ରୁଆରି ୨୨, ୨୪ ଏବଂ ୨୬ରେ ଏହି ବିମାନଗୁଡ଼ିକ ୟୁକ୍ରେନକୁ ପଠାଯିବ ବୋଲି ଏୟାରଲାଇନ୍ସ କହିଛି। ଏହି ବିମାନଗୁଡ଼ିକ ପାଇଁ ବୁକିଂ ଆରମ୍ଭ ହୋଇସାରିଥିବା ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଉଲ୍ଲେଖ‌ଯୋଗ୍ୟ, ଋଷ ୟୁକ୍ରେନ ସୀମାରେ ପ୍ରାୟ ୧୦୦,୦୦୦ ସୈନ୍ୟ ନିୟୋଜିତ କରିଛି । ୟୁକ୍ରେନ୍‌ ସୀମାରେ ପୁଣି ବିଶାଳ ସମରାଭ୍ୟାସ ପାଇଁ ରୁଷ୍‌ ଘୋଷଣା କରିଛି। ଏଥିରେ ପରମାଣୁ ସମାରାଭ୍ୟାସ ସମେତ ରୁଷ୍‌ ସେନାର ସମସ୍ତ ଅତ୍ୟାଧୁନିକ ୟୁନିଟ୍‌ର ସମରାଭ୍ୟାସ ଚାଲିବ ବୋଲି ‌କୁହାଯାଇଛି। ନିଜେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ସମରାଭ୍ୟାସର ପରିଚାଳନା କରିବେ ବୋଲି ରୁଷ୍‌ ଘୋଷଣା କରିଛି। ଏହି ସମରାଭ୍ୟାସରେ ବାଲିଷ୍ଟିକ୍‌ ଏବଂ କ୍ରୁଜ୍‌ ମିସାଇଲ୍‌ର ପରୀକ୍ଷଣ ମଧ୍ୟ ହେବ ବୋଲି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ପୁଟିନ ‘ ସମରାଭ୍ୟାସ ନିୟନ୍ତ୍ରଣ କକ୍ଷରୁ’ରୁ ବିଭିନ୍ନ କାର୍ଯ୍ୟ ତଦାରଖ କରିବେ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ କୌଣସି ରାଷ୍ଟ୍ର ଦ୍ବାରା ଏହା ସବୁଠାରୁ ବଡ଼ ସାମରିକ ପ୍ରସ୍ତୁତି ବୋଲି ଆମେରିକା କହିଛି ଏବଂ ଏନେଇ ନାଟୋ ରାଷ୍ଟ୍ର ସତର୍କ ରହିବାକୁ ଆମେରିକା କହିଛି। ରୁଷ୍‌ ଅଚାନକ ନିଜ ଆଭିମୁଖ୍ୟ ବଦଳାଇ ନୂଆ ସମରାଭ୍ୟାସ ଘୋଷଣା କରିବା ଦ୍ବାରା ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରମାନଙ୍କର ଚିନ୍ତା ବଢ଼ିଛି। ରୁଷ୍‌ ଆମେରିକା, ବ୍ରିଟେନ୍‌ ସମେତ ସମଗ୍ର ୟୁରୋପକୁ ଚାପରେ ରଖିବା ପାଇଁ ଏଭଳି ରଣନୀତି ଗ୍ରହଣ କରିଛି ବୋଲି କୂଟନୀତି ବିଶେଷଜ୍ଞମାନେ କହିଛନ୍ତି।

Breaking News