ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପଡେ ଅଁଳା ନବମୀ ପାଳନ କରାଯାଏ । କିମ୍ବଦନ୍ତୀ ଅନୁସାରେ ଆଜି ଅଁଳା ଗଛକୁ ପୂଜା ଅର୍ଚ୍ଚନା କରିବାର ପରାମ୍ପରା ରହିଛି । ଏହି ପୂଜା କଲେ ଅକ୍ଷୟ ଫଳ ପ୍ରାପ୍ତି ହେବାର କଥା ରହିଛି । ପୁରାଣ ଅନୁସାରେ ଆଜି ଯେଉଁ ପୂଣ୍ୟ ଅର୍ଜନ ହୋଇଥାଏ ତାହା କେବେ ହେଲେ ମଧ୍ୟ କ୍ଷୟ ହୁଏ ନାହିଁ । ଏହି ପର୍ବର ଧାର୍ମିକ ମହତ୍ତ୍ୱ ଏବଂ ବୈଜ୍ଞାନିକଙ୍କମତ ରହିଛି। ଶାସ୍ତ୍ର ଅନୁସାରେ, ଅଁଳା ନବମୀରେ କରାଯାଇଥିବା ପୁଣ୍ୟ କଦାପି ସମାପ୍ତ ହୁଏ ନାହିଁ। ଏହି ଦିନ ଯାହାବି ଶୁଭ କାର୍ଯ୍ୟ ଯେମିତିକି ଦାନ, ପୂଜା, ଭକ୍ତି, ସେବା ଭଳି କାର୍ଯ୍ୟ କରାଯାଏ, ଏହାର ପୁଣ୍ୟ ଅନେକ ଜନ୍ମ ପର୍ଯ୍ୟନ୍ତ ପ୍ରାପ୍ତ ହୋଇଥାଏ। ଏହି ଦିନ ଅଁଳା ଗଛ ତଳେ ଖାଦ୍ୟ ପ୍ରସ୍ତୁତ କରି ବ୍ରାହ୍ମଣମାନଙ୍କୁ ଭୋଜନ କରାଇବା ଉଚିତ । ଏହା ପରେ ନିଜେ ଖାଇବା ସମୟରେ ନିଜର ମୁହଁ ପୂର୍ବ ଦିଗ ଆଡକୁ ବୁଲାଇବା ଉଚିତ। ଶାସ୍ତ୍ରରେ କୁହାଯାଇଛି ଯେ ଭୋଜନ ସମୟରେ ଯଦି ଅଁଳା ପତ୍ର ଥାଳିରେ ପଡ଼େ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଥାଳିରେ ଅଁଳାର ପତ୍ର ପଡିଲେ ଏହା ମାନ୍ୟତା ଅଛି ଯେ ଆସନ୍ତା ବର୍ଷରେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ରହିବ ବୋଲି। ଏହା ଅଁଳାର ଔଷଧୀୟ ମହତ୍ୱ। ଆମର ଧର୍ମରେ ପ୍ରତ୍ୟେକ ବୃକ୍ଷରେ ଯେଉଁଥିରେ ବହୁତ ଅଧିକ ଔଷଧୀୟ ଗୁଣ ରହିଛି। ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ତିଥିରେ ପୂଜା କରିବାର ପରମ୍ପରା ବନା ଯାଇଅଛି। ଅଁଳା ନବମୀର ପରମ୍ପରା ମଧ୍ୟ ଏହାର ଏକ ଅଂଶ। ଡାକ୍ତରୀ ବିଜ୍ଞାନ ଅନୁଯାୟୀ ଅଁଳା ପ୍ରକୃତିର ଦିଆଯାଇଥିବା ଏପରି ଉପହାର, ଯାହା ଦ୍ୱାରା ଅନେକ ରୋଗର ନାଶ ହୋଇପାରେ। ଅଁଳାରେ ଆଇରନ ଏବଂ ଭିଟାମିନ ସି ଭରପୂର ରହିଥାଏ। ପ୍ରତିଦିନ ଅଁଳା ଜୁସ ପିଇବା ଦ୍ୱାରା ହଜମ ଶକ୍ତି ମଜବୁତ ରହିଥାଏ। ଚର୍ମର ଚମକ, ଚର୍ମ ରୋଗର ଲାଭ ମିଳିଥାଏ। ଅଁଳା ଖାଇବା ଦ୍ୱାରା କେଶର ଉଜ୍ଜ୍ୱଳ ବଢିଥାଏ। ପୁରାଣ କଥାରେ ଥରେ ମା ଲକ୍ଷ୍ମୀ ପୃଥୀବି ଭ୍ରମଣ କରିବାକୁ ଆସିଥିଲେ । ଏହି ଅବସରରେ ମଧ୍ୟ ରାସ୍ତାରେ ତାଙ୍କର ବିଷ୍ଣୁ ଓ ଶିବଙ୍କୁ ପୂଜା କରିବାର ଇଚ୍ଛା ଜାଗ୍ରତ ହେଲା । ତେଣୁ ସିଏ ଏକାଠି ଦୁହିଁକୁ ପୂଜା କରିବା ପାଇଁ ଅଁଳା ଗଛକୁ ପୂଜା କରିଥିଲେ । କାରଣ ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଗୁଣ ରହିଥାଏ । ଏହି ଗଛରେ ଦୁଇଟି ଗୁଣ ରହିଥିବାରୁ ଏହାକୁ ଭଗବାନ ଶିବ ଓ ବିଷ୍ଣୁଙ୍କ ପ୍ରତୀକ ବୋଲି କୁହାଯାଏ । ସେହିଦିନ ଠାରୁ ଆଜିର ଦିନରେ ମହିଳାମାନେ ଅଁଳା ଗଛକୁ ପୂଜା କରାଯିବାର ପରମ୍ପରା ରହି ଆସିଛି । ଏହିଦିନ ମହିଳାମାନେ ଅଁଳା ଗଛ ମୂଳକୁ ସଫା ସୁତୁରା କରି ଜଳ ଓ କ୍ଷୀର ଅର୍ପଣ କରିଥାନ୍ତି । ସେହିଭଳି ଆଜିର ଦିନରେ ମଧ୍ୟ ରାଧାପାଦ ଦର୍ଶନ କରିବାର ପରମ୍ପରା ରହିଛି । ସାକ୍ଷୀଗୋପାଳରେ ରାଧା ପାଦ ଦର୍ଶନ କରାଯାଇଥାଏ |






More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଆଜି ପବିତ୍ର ଧନତେରାସ…..
ଧନ ଲାଭ କରିବେ…..