ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜ୍ୟେଷ୍ଠ ପୂର୍ଣ୍ଣିମା ଯେପରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜନ୍ମଦିନ, ଶ୍ରଵନପୂର୍ଣ୍ଣିମା ସେପରି ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କର ଜନ୍ମଦିନ | ଏହିଦିନ ମର୍କେଣ୍ଡେଶ୍ଵର ପୁଷ୍କରଣୀର ଜନ୍ମବେଦୀରେ ତାଙ୍କର ମାଟାଇତିଆରି ଶିଶିପୂର୍ତ୍ତି ନିର୍ମାଣ କରାଯାଇ ସ୍ୱତନ୍ତ୍ର ବିଧିରେ ଜନ୍ମତ୍ସବ ପାଳନ କରାଯାଏ | ସେହି ସମୟରେ ଶ୍ରୀ ସୁଦର୍ଶନ ସେଠାରେ ଉପସ୍ଥିତ ରହିଛନ୍ତି | ଶ୍ରୀବଳଭଦ୍ର କୃଷିର ଦେବତା | ତାଙ୍କର ଆୟୁଧ ଲଙ୍ଗଳ | ସମ୍ଭବତଃ ସେଥିପାଇଁ ଶ୍ରୀମନ୍ଦିର ବାହାରେ ଏବଂ ମାଟିର ମୂର୍ତ୍ତି ମାଧ୍ୟମରେ ଏହି ଜନ୍ମଦିନ ପାଳିତ ହୁଏ | ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତର ଦଶମ ସ୍କନ୍ଦରେ ଶ୍ରୀବଳଭଦ୍ରଙ୍କର ଯଂବୃତ୍ତାନ୍ତର ବର୍ଣ୍ଣିତ ଅଛି | ସେଥିରେ କୁହାଯାଇଛି -ଅସୁରଙ୍କ ଉତ୍ପାଦରେ ଭୂମି ଥରହର ହୋଇ କମ୍ପିବାରୁ ପୃଥ୍ୱୀଦେବୀ ମୟସୁରଭୀ ରୂପରେ ଯାଇ ବ୍ରହ୍ମାଙ୍କର ଶରଣ ପଶିଲେ | ଫଳରେ ବ୍ରହ୍ମା, ଶିବ ଓ ଅନ୍ୟାନ୍ୟ ଦେବତାଙ୍କୁ ନେଇ କ୍ଷୀରସାଗରରେ ଅନନ୍ତ ଶୟନରେ ଥିବା ବିଷ୍ଣୁଙ୍କ ନିକଟକୁ ଗଲେ | ସବୁ କଥା ଶୁଣି ବିଷ୍ଣୁ ତାଙ୍କୁ ଯାହା କହିଥିଲେ ସେହି ପ୍ରସଙ୍ଗରେ ଶ୍ରୀବଳଭଦ୍ରଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ହୋଇଛି | ବ୍ରହ୍ମା ଦେବଗଣଙ୍କୁ କହିଲେ -ହେ ଦେବଗଣ, ଶୁଣ ନେରାୟଣ କହିଲେ ସେ ଯାଦବ ବସୁଦେବଙ୍କ ଘରେ ଦେବକୀଙ୍କ ପୁତ୍ର ରୂପେ ଜନ୍ମନେବେ | କିନ୍ତୁ ତାଙ୍କ କୋଳରେ ପ୍ରଥମେ ଅନନ୍ତ ବା ଶ୍ରୀବଳଭଦ୍ର ଦେବକୀଙ୍କର ଗର୍ଭଗତ ହେବ |ମହାମାୟା ଯୋଗ ବଳରେ ସେହି ଗର୍ଭକୁ ଆକର୍ଷଣ କରି ବା ହରଣ କରିନେଇ , ନନ୍ଦରାଜାଙ୍କ ଘରେ ଥିବା ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବେ | ଫଳରେ ରୋହିଣୀଙ୍କ ଗର୍ଭରୁ ସକାରଶାନ ଶ୍ରୀବଳଭଦ୍ର ଜନ୍ମନେବେ | ଏ ସମ୍ପର୍କରେ ଭାଗବତର ଦଶମ ସ୍କନ୍ଧ ତୃତୀୟ ଅଧ୍ୟରେ ବର୍ଣ୍ଣନା ଅଛି ଯେ ବିଷ୍ଣୁଙ୍କ ପରାମର୍ଶରେ ମହାମାୟା ମହା ଆନନ୍ଦରେ ମର୍ତ୍ତ୍ୟଲୋକର ମଥୁରା ନଗରୀକୁ ଆସିଲେ ଏବଂ କଂସର ବନ୍ଦୀଶାଳାରୁ ଦେବକୀଙ୍କ ଗର୍ଭକୁ ହରିନେଇ ଇୱାନରେ ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ | ତାହା ଫଳରେ ଶ୍ରାବଣ ପୂର୍ଣ୍ଣିମା ଦିନ ଶ୍ରୀ ବଳଭଦ୍ର ଜନ୍ମ ନେଲେ |
Discussion about this post