ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସୋନିଆ ଗାନ୍ଧି ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଦଳର ସମସ୍ତ ମହାସଚିବ ଏବଂ ପ୍ରଭାରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ସମସ୍ତ ରାଜ୍ୟର ପ୍ରଭାରୀ ଏହି ବୈଠକରେ ଉପସ୍ଥିତ ରହିବେ । ଆଜିର ଏହି ବୈଠକରେ ଆଗାମୀ ଦିନରେ ଅନେକ ରାଜ୍ୟରେ ହେବାକୁ ଥିବା ନିର୍ବାଚନ, କଂଗ୍ରେସ ସ୍ଥିତି, ସଦସ୍ୟତା ଏବଂ ଆଗାମୀ ଦିନର ଦଳର ରଣନୀତି ଉପରେ ଆଲୋଚନା ହେବ ନେଇ ସୂଚନା ମିଳୁଛି । ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ରହିବେ । ତେବେ ୩ ଦିନ ତଳେ ନିରଞ୍ଜନ ପଟ୍ଟନାୟକ ମଧ୍ୟ ସୋନିଆ ଗାନ୍ଧୀ ଓ କେସି ବେଣୁଗୋପାଲଙ୍କୁ ଦେଖା କରି ରାଜ୍ୟ କଂଗ୍ରେସର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ସେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଓଡ଼ିଶା କଂଗ୍ରେସ ଉପରେ ମଧ୍ୟ ଆଲୋଚନା ହୋଇପାରେ ବିଲି ଜଣା ପଡୁଛି ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..