ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତୀୟ ରାଜପଥ ନିର୍ମାଣରେ ଜନପ୍ରତିନିଧିଙ୍କ ପରାମର୍ଶ ନେବେ କେନ୍ଦ୍ର ସରକାର | ସୁରକ୍ଷିତ ଜାତୀୟ ରାଜପଥ ନିର୍ମାଣ ସମୟରେ ଏଣିକି କେନ୍ଦ୍ର ସରକାର ସାଂସଦ, ବିଧାୟକ ତଥା ଜନପ୍ରତିନିଧିମାନଙ୍କ ସହଯୋଗ ନେବେ ବୋଲି ସୂଚନା ମିଳିଛି । ଏଥି ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯିବା ସମୟରେ ସେମାନଙ୍କ ପରାମର୍ଶ ମଧ୍ୟ ନିଆଯିବ। ରାଜପଥ ନିର୍ମାଣ ବେଳେ ସର୍ଭିସ ଲେନ୍, ଜଙ୍କସନ୍, ଇଣ୍ଟରଚେଞ୍ଜ୍ ଆଦି ନିର୍ମାଣ ଉପରେ ଗୁରୁତ୍ବ ଦିଆଯିବ। ନିକଟରେ ସଡ଼କ ଓ ପରିବହନ ସମ୍ବନ୍ଧୀୟ ସଂସଦୀୟ କମିଟି ଉପରୋକ୍ତ ସୁପାରିସ କରିଥିଲେ। ପ୍ରକ୍ରିୟାରେ ସ୍ଥାନୀୟ ଲୋକମାନଙ୍କର ଦାବି ଓ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପାଇଁ ମଧ୍ୟ କୁହାଯାଇଥିଲା।
Discussion about this post