ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ ମାନବୀୟ ସଙ୍କଟରୁ ବଞ୍ଚାଇବାକୁ ଭାରତ ସମେତ ଜି-୨୦ ସମୂହ ଦେଶର ନେତା ଆଜି ଏକ ବୈଠକରେ ଏକାଠି ହେବାକୁ ଯାଉଛନ୍ତି । ଆମେରିକା, ଚାଇନା, ଫ୍ରାନ୍ସ, ଜାପାନ, ଭାରତ, ଅଷ୍ଟ୍ରେଲିଆ, ଜର୍ମାନୀ ଭଳି ବିଶ୍ୱର ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶ ଇଟାଲିର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗଦେବେ । ରୋମରେ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ବିଶ୍ୱର ୮୦ ପ୍ରତିଶତ ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ଦେଶ ଭର୍ଚୁଆଲ ବୈଠକରେ ଯୋଗଦେବେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସମ୍ବୋଧିକ କରିବେ । ବିଶେଷ କରି ଆଫଗାନିସ୍ତାନ ସଙ୍କଟକୁ ନେଇ ଏହି ବୈଠକ ଡକାଯାଇଛି । ଏହି ବୈଠକର ଆଫଗାନ ଲୋକଙ୍କ ପାଇଁ ସହାନୁଭୁତି ଓ ସହଯୋଗକୁ ନେଇ ଆଲୋଚନା କରାଯିବାକୁ ଥିବା ବେଳେ ତାଲିବାନ ସଂଖ୍ୟାଲଘୁ ଓ ମହିଳାଙ୍କ ଉପରେ ଅତ୍ୟାଚାର ନ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡୁଛି ।
Discussion about this post