Report Card Odisha

| Daily Odia News

ଆଜି ପବିତ୍ର ରଜ ସଂକ୍ରାନ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ହେଉଛି ରଜ ସଂକ୍ରାନ୍ତି । ଏହାକୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ | ରଜ ସାଧାରଣତଃ ୩ ଦିନ ଧରି ଖୁବ ହସଖୁସିରେ ପାଳନ କରାଯିଏ। ପ୍ରଥମ ଦିନ ପହିଲି ରଜ, ୨ୟ ଦିନ ରଜ ସଂକ୍ରାନ୍ତି ଓ ୩ୟ ଦିନ ଭୂମି ଦହନ ବା ବସୁମତୀ ସ୍ନାନ। ପ୍ରତ୍ୟେକ ମାସରେ ଗୋଟିଏ ସଂକ୍ରାନ୍ତି ସାଧାରଣ ଭାବେ ପଡ଼ିଥାଏ । ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟ ଏକ ରାଶି ପରିବର୍ତନକୁ ସଂକ୍ରାନ୍ତି କୁହାଯାଏ। ରଜ ସଂକ୍ରାନ୍ତିଙ୍କୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ଦିନ ମଧ୍ୟ ପିହିଲି ରଜ ଭଳି କୁମାରୀ କନ୍ୟାମାନେ ସୂର୍ଯ୍ୟଉଦୟ ପୂର୍ବରୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରିଥାନ୍ତି। ପାଦରେ ଅଳତା ମଥାରେ ଟିକିଲି ପିନ୍ଧି ରଜ ମଉଜର ମଜା ନେଇଥାଆନ୍ତି। ସଂକ୍ରାନ୍ତି ହୋଇଥିବାରୁ ସାଧାରଣତଃ ଏହି ଦିନ ଆମିଷ ଖିଆଯାଏ ନାହିଁ। ମାତ୍ର ଅନ୍ୟାନ୍ୟ ପିଠାପଣା ଓ ରଜ ପାନ ଖାଇଥାଆନ୍ତି। ପୁରପଲ୍ଲୀରେ ଘରେ ଘରେ ବିଭିନ୍ନ ପ୍ରକାର ପିଠାପଣା ସାଙ୍ଗକୁ ମିଠାର ଆସର ଜମିଛି। କୁଆଁରୀ କନ୍ୟାମାନେ ମିଠାପାନ ଖାଇ ନୂତନ ପୋଷାକ ପିନ୍ଧି , କରୋନା ମହାମାରୀ ପାଇଁ ସଭିଏଁ ଘରେ ରହି ରଜ ପାଳନ କରୁଛନ୍ତି।

Breaking News