ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟରେ ୩,୪୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୧,୯୪୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ୍ ୧,୪୬୫ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୦,୪୭୦ରେ ପହଞ୍ଚି ଥିବାବେଳେ ୮,୬୩,୮୨୪ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍ କେସ୍-୩୨,୭୦୬ ରହିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ-ଖୋର୍ଦ୍ଧାରୁ ୫୮୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨ଟି ଜିଲ୍ଲାରେ ସଂକ୍ରମଣ କମୁ ନଥିବା ଦେଖିବାକୁ ମିଳିଛି।ଆଜି ହୋଇଥିବା ଚିହ୍ନଟ ୩,୪୦୮ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୯୩, ବାଲେଶ୍ୱରରୁ ୨୫୧, ବରଗଡ଼ରୁ ୨୪, ଭଦ୍ରକରୁ ୧୬୯, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୨୮, କଟକରୁ ୫୫୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୭୩, ଗଜପତିରୁ ୧୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୦୩, ଯାଜପୁରରୁ ୨୫୮, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୧୦, କେନ୍ଦୁଝରରୁ ୭୦, ଖୋର୍ଦ୍ଧାରୁ ୫୮୨, କୋରାପୁଟରୁ ୭୬, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୧୫୮, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୧୬୦, ନୂଆପଡ଼ାରୁ ୬, ପୁରୀରୁ ୨୧୫, ରାୟଗଡ଼ାରୁ ୭୭, ସମ୍ବଲପୁରରୁ ୨୮, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୩୭ ଓ ଷ୍ଟେଟ୍ ପୁଲ୍ରୁ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୦,୪୭୦ରେ ପହଞ୍ଚି ଥିବାବେଳେ ୮,୬୩,୮୨୪ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍ କେସ୍-୩୨,୭୦୬ ରହିଛି।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..