Report Card Odisha

| Daily Odia News

ଆଜି ଶପଥ ନେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଶେର ବାହାଦୂର ଦେଉବା | ଦୁଇ ଦିନ ମଧ୍ୟରେ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ନେପାଳର ସର୍ବୋଚ୍ଚ ଅଦାଲତ ସୋମବାର ନିର୍ଦ୍ଦେଶ ଦେଇଥିଲେ। ଏହା ସହ ନେପାଳର ସର୍ବୋଚ୍ଚ ଅଦାଲତ ୫ମାସ ମଧ୍ୟରେ ଦ୍ଵିତୀୟ ଥର ଭାଙ୍ଗିଥିବା ଲୋକସଭାକୁ ପୁନଃ ସ୍ଥାପିତ କରିଛନ୍ତି। ଲୋକସଭା ଭାଙ୍ଗିବା ବିରୋଧରେ ମୋଟ ୩୦ ଟି ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା। ନେପାଳୀ କଂଗ୍ରେସ ର ରାଷ୍ଟ୍ରପତି ଶେର ବାହାଦୂର ଦେଉବାଙ୍କ ସମେତ ୧୪୬ ଜଣ ସାଂସଦ ଏହି ରିଟ୍ ପିଟିସନ ଦାଖଲ କରିଥିଲେ | ପିଟିସନରେ ଲୋକସଭା ପୁନଃ ସ୍ଥାପନ ଏବଂ ଦେଉବାଙ୍କୁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ଭଣ୍ଡାରୀ ମେ ୨୨ରେ ପାଞ୍ଚ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଲୋକସଭାକୁ ଭାଙ୍ଗି ନଭେମ୍ବର ୧୨ ଏବଂ ନଭେମ୍ବର ୧୯ ରେ ଆକସ୍ମିକ ନିର୍ବାଚନ କରିବାକୁ ଘୋଷଣା କରିଥିଲେ। ଏହି ପଦକ୍ଷେପ ବିରୋଧରେ ସୁପ୍ରିମକୋର୍ଟରେ ୩୦ ଟି ଆବେଦନ କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ଓଲି ବର୍ତ୍ତମାନ ୨୭୫ ସଦସ୍ୟ ବିଶିଷ୍ଟ ଗୃହରେ ବିଶ୍ୱାସ ଭୋଟ୍ ହରାଇବା ପରେ ଏକ ସଂଖ୍ୟାଲଘୁ ସରକାରର ନେତୃତ୍ୱ ନେଉଛନ୍ତି। ତେବେ ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣି କରି ନୂଆ ପ୍ରଧାନମନ୍ତ୍ରୀ ବାଛିବା ସହ ଲୋକସଭାକୁ ପୁନଃ ସ୍ଥାପନ କରିଛନ୍ତି ସୁପ୍ରିମକୋର୍ଟ |

Breaking News